ଜୟପୁର, ୦୨ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଜିଲ୍ଲାକୁ ଆସିଥିବା ରେଜାଙ୍ଗଲା କଳସ ଯାତ୍ରାକୁ ସ୍ୱାଗତ କରାଯାଇଛି । ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ରାଜ୍ୟ ଉପ ସଭାପତି ହୃଷୀକେଶ ଗୌଡ଼, ରାଜ୍ୟ ଯୁବ ସଭାପତି ଅମର ନାୟକ, ଉପ ସଭାପତି ଅମିତ ନାୟକ, କବିରାଜ ପରମେଶ୍ୱର ପାତ୍ର, ପର୍ଶୁରାମ ନାୟକ ପ୍ରମୁଖ ଇନ୍ଦ୍ରାବତୀ ନଦୀ କୁଳରୁ ଜୟପୁର ଯାଏଁ ପାଛୋଟି ଆଣିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ କଳସ ଯାତ୍ରା ସଂପର୍କରେ ଅବଗତ କରାଇବା ସହ ବୋରିଗୁମ୍ମା ଜୟପୁର ଯାଦବ ଭବନରେ ଏହାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ପ୍ରମୋଦ କୁମାର ନାୟକ, ନରେନ୍ଦ୍ର ନାୟକ, ଫଗୁ ଗୌଡ଼, ନାରାୟଣ ଗୌଡ଼, ପ୍ରଦୀପ ନାୟକ, ନରେନ୍ଦ୍ର ନାୟକ, ରବି ନାରୟଣ ଗୌଡ଼, ରାମଚନ୍ଦ୍ର ମହାଙ୍କୁଡ, ହରି ଗୌଡ଼, ବିଜୟ ଗୌଡ଼, ବ୍ଲକ ସଭାପତି ବାବୁଲା ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ଯାତ୍ରା ସମୟରେ ଗାଁ ଗାଁ ବୁଲି ଏହି ସମାଜର ରହିଥିବା ଦାବି ବିଶେଷ କରି ଯାଦବଙ୍କୁ ଗିରିଜନ ମାନ୍ୟତା, ଗୋଚର ଜମି ଜବର ଦଖଲ ମୁକ୍ତ, ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ଯାଦବଙ୍କ ଭାଗିଦାରୀ ଅନୁସାରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା, ଓମଫେଡ ସଂସ୍ଥା ର ସମ୍ପୂର୍ଣ ଦାୟିତ୍ୱ ଯାଦବଙ୍କର ରହିବା, ସେନା ବାହିନୀରେ ଅହିର୍ ରେଜୀମେଂଟ ଗଠନ, ଯାଦବଙ୍କ ପାଇଁ ଜଙ୍ଗଲ ଜମି ଅଧିକାର, ଯାଦବ ବିକାଶ ପରିଷଦ ଗଠନ ଉପରେ ଆଲୋଚନା ହୋଇଥିଲା । ଶେଷରେ ନଗର ସଭାପତି ଭାଷ୍କର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ବୋରିଗୁମ୍ମା ବ୍ଲକର କାମରା, ପର୍ଲି, ହର୍ଦଳି ଛକ, କାମତା, ବଡ଼ିଗାଁ, କୁମୁଲି , ଚରାମୁଲା, ନୂଆଗାଁ, ବଡ଼ ଦୁବୁଲି, ସର୍ଗିଗୁଡା ଦେଇ ଏହି ଯାତ୍ରା ଆସିବା ସହ ଯାଦବ ଭବନରେ ପହଂଚି ଥିଲା। ଆସନ୍ତା କାଲି ଏହି ଯାତ୍ରା ବୈପାରିଗୁଡ଼ା ଦେଇ ମାଲକାନଗିରି ଜିଲ୍ଲା ଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି