ରାଉରକେଲା, ୦୨ ଜୁନ୍ (ହି.ସ.) - ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣିଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିବାବେଳେ ୨ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ଜଣେ ଶିକ୍ଷୟତ୍ରୀ ଙ୍କ ପରିବାରକୁ ତାଙ୍କପାଉଣା ଦିଆଯିବା ରେ ବିଳମ୍ବ ଅଭିଯୋଗ ଉପରେ ଶିକ୍ଷାଧିକାରୀ ଙ୍କୁ ତାଗିଦ ସହ ଆଜି ଭବିଷ୍ୟନିଧି ଓ ଯଥା ଶୀଘ୍ର ଅନ୍ୟାନ୍ୟ ଦେୟ ଦେବାକୁ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଆଜିର ମିଟିଂ ରେ ୨୪ ଟି ବ୍ୟକ୍ତିଗତ ଓ ୩୪ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୭ ଟି ଅଭିଯୋଗର ସମାଧାନ ଶୁଣାଣି ସ୍ଥଳରେ ହିଁ ହୋଇଥିଲା ।
ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ, ଡ୍ରେନ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା,ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍ ସମସ୍ୟା, ଜମିଜମା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।
ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଡିଏଫଓ ଯଶୋବନ୍ତ ସେଠୀ , ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ, ଆଇ ଏ ଏସ ଶିକ୍ଷାନ୍ୱୀଶ ଫା୍ୱୀ ରସିଦ ଓ ଲାଠିକଟା ବିଡିଓ ମାନସ ସାହୁ ଓ ବ୍ଲକ ଅଧ୍ୟକ୍ଷ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଶିକ୍ଷା ବିଭାଗର ଏହି ଅଭିଯୋଗରେ ଅଭିଯୋଗକାରୀ ମୋତିଲାଲ ଭଞ୍ଜଙ୍କୁ ତାଙ୍କୁ ମୃତ ପତ୍ନୀଙ୍କ ବକେୟ ଅର୍ଥ ଦିଆଯିବାକୁ ତାଗିଦ ପରେ ଲାଠିକତା ଅଂଚଳ ଶିକ୍ଷକ ମହାଳରେ ମୋହନ ସରକାର ଉପରେ ଆସ୍ଥା ଓ ଖୁସି ଦେଖାଦେଇଛି,ଏଠାରେ ଉଲ୍ଲେଖ ଯୋଗ୍ୟ ଏଠିକାର ଶିକ୍ଷା ବିଭାଗରେ ଶିକ୍ଷକ ମାନଙ୍କୁ ଭିନ୍ନ ଉଦେଶ୍ୟ ରଖି ହଇରାଣ ହରକତ କରାଯାଉଥିଲା ।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ