ଖଣି ବିଭାଗର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ
କୋରେଇ, ୨ ଜୁନ୍‌(ହି.ସ.) - ପାଣିକୋଇଲି ଥାନା ଅଂଚଳ ଦିବାରାତ୍ରୀ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମଂଚଳ ଠାରୁ ରାଜପଥ ପ୍ରତ୍ୟେକ ରାସ୍ତାରେ ବେନିୟମ ଭାବେ ଭାରିଯାନରେ ବାଲି ଚାଲାଣ କରାଯାଉଛିା କେତେବେଳେ କେମିତି ଖଣି ବିଭାଗ ଓ ପୁଲିସ ଗାଡି ଧରି ତାର କାମ ସାରୁଛି । ସମୁଦ୍ରକୁ ଶଙ୍ଖେ
ଖଣି ବିଭାଗର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ


କୋରେଇ, ୨ ଜୁନ୍‌(ହି.ସ.) - ପାଣିକୋଇଲି ଥାନା ଅଂଚଳ ଦିବାରାତ୍ରୀ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମଂଚଳ ଠାରୁ ରାଜପଥ ପ୍ରତ୍ୟେକ ରାସ୍ତାରେ ବେନିୟମ ଭାବେ ଭାରିଯାନରେ ବାଲି ଚାଲାଣ କରାଯାଉଛିା କେତେବେଳେ କେମିତି ଖଣି ବିଭାଗ ଓ ପୁଲିସ ଗାଡି ଧରି ତାର କାମ ସାରୁଛି । ସମୁଦ୍ରକୁ ଶଙ୍ଖେ ଭଳି ବାଲି ଗାଡି ଧରୁଛି ଖଣି ବିଭାଗ । ଆଜି ଖଣି ବିଭାଗ ପକ୍ଷରୁ ପାଣିକୋଇଲି ଆଙ୍କୁଲା ରାସ୍ତାର ନମିଟିକରି ଗ୍ରାମ ପାଖରେ ଚଢାଉ କରାଯାଇ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଖଣିବିଭାଗ ଧରିବାରେ ସକ୍ଷମ ହୋଇଛି । ଚଢାଉ ସମୟରେ ବାଲିର କୌଣସି ଟିପି ନଥିବାରୁ ବେଆଇନ ଚାଲାଣ ହେଉଥିବା ଜଣାପଡିଥିଲା । । ଜୁନିଅର ଖଣି ଅଧିକାରୀ ଦିପ୍ତା ସୁନ୍ଦର ସେଠୀ, ଛାୟାକାନ୍ତ ମହନ୍ତ ଓ ପୁଲିସ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande