କୋଟପାଡ ବିଧାୟକଙ୍କ ପ୍ରତିନିଧିଙ୍କ ପୁଅ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ
ଜୟପୁର, ୨ ଜୁନ୍ (ହି.ସ.) - କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅଂଚଳର ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କୋଟପାଡ ବିଧାୟକଙ୍କ ପ୍ରତିନିଧିଙ୍କ ପୁଅ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ


ଜୟପୁର, ୨ ଜୁନ୍ (ହି.ସ.) - କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅଂଚଳର ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୋଟପାଡ ବିଧାୟକ ଙ୍କ ପ୍ରତିନିଧି ରାମକୃଷ୍ଣ ଭତ୍ରାଙ୍କ ପୁଅ ରାଜେନ୍ଦ୍ର ଭତ୍ରା (୨୯) । ସୁଚନା ଅନୁଯାଇ ବିହାର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଗର୍ଭବତି ହୋଇଥିଲେ । ଏନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତ ଜଣକ ନାବାଳିକା ଓ ମାକୁ ଧମକ ଦେଇ ଗର୍ଭପାତ କରିବାକୁ ବାଧ୍ୟ କରିଥିବାରୁ ମା ଓ ପିଡାତା ଜୟପୁର ରେ ଲୁଚିକି ରହିଥିଲେ । ଏନେଇ ଗତ ୨୯ ତାରିଖରେ ବିଜେଡିର ରାଜ୍ୟ ମହିଳା ପ୍ରତିନିଧି ଦଳ ଆସି ଜୟପୁର ରେ ପିଡିତା ସହ ସାକ୍ଷାତ କରିଥିଲେ । ବିଜେତି ରାଜ୍ୟ ମହିଳା ସଭାନେତ୍ରୀ ତଥା ପୁବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଟିମ ସାକ୍ଷାତ କରି ପିଡିତା ଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିବା ପାଇ ଦାବି କରି କୋରାପୁଟ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ମାମଲା ତଦନ୍ତ ଦାୟିତ୍ୱ ରେ ଥିବା ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଅଭିଯୁକ୍ତର ଗ୍ରାମରେ ଚଢାଉ କରିଥିଲେ । ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ପୋଲିସ ବଳତ୍କାର ସମୟରେ ବ୍ୟବହୁତ ହୋଇଥିବା କାର.ବୋଲେରୋ ଓ ବୁଲେଟ କୁ ଜବତ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତ କୁ ଗିରଫ କରି ଡାକ୍ତରି ମାଇନା କରି କୋର୍ଟ ଚାଲାଣ କରିଥିବା ବିଷୟ ତଦନ୍ତ ଦାୟିତ୍ୱରେ ଥିବା ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande