ମାଲକାନଗିରି, ୨ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଭାବେ ଗୁପ୍ତ ମାଢ଼ି ଗତକାଲି ଯୋଗ ଦେଇଛନ୍ତି। ପୂର୍ବରୁ ଏହି ପଦବୀରେ ମନସ୍ବିନୀ ସେଠି ଦାୟିତ୍ଵ ନିର୍ବାହ କରୁଥିଲେ । ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି।
ଶ୍ରୀ ମାଢ଼ି ପୂର୍ବରୁ ମାଲକାନଗିରି କର୍ମ ନିୟୋଜନ ସଂସ୍ଥାରେ କନିଷ୍ଠ ଅଧିକାରୀ ଭାବେ ଦାୟୀତ୍ବ ତୁଲାଉଥିଲା ବେଳେ ସେ ପଦୋନ୍ନତି ପାଇ କୋରାପୁଟକୁ ବଦଳି ହୋଇଥିଲେ। ସେଠାରୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଭାବେ ଦାୟୀତ୍ବ ନିର୍ବାହ କଲା ପରେ କଳାହାଣ୍ଡିର ଭବାନୀପାଟଣାରେ
ଯୋଗଦେଇ ପୁନଶ୍ଚ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଥିଲେ । ବର୍ତ୍ତମାନ କେନ୍ଦ୍ରାପଡାରୁ ବଦଳି ହୋଇ ମାଲକାନଗିରି ଜିଲ୍ଲାରେ ଅର୍ଥାତ ତାଙ୍କ ପୁରୁଣା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଗତକାଲି ନୂତନ ଅଧିକାରୀ ଭାବେ ଶ୍ରୀ ମାଢ଼ିଙ୍କୁ କର୍ମଚାରୀମାନେ ଫୁଲ ତୋଡା ଦେଇ ସ୍ବାଗତ କରିଥିବା ବେଳେ
ମନସ୍ବିନୀ ସେଠିଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ମାଢ଼ି ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଉତ୍ତମ ସେବା ଯୋଗାଇଥିବା ବେଳେ ବର୍ତ୍ତମାନ ପୁନଶ୍ଚ ନିଜ କର୍ମ ଭୂମିତଥା ଜନ୍ମଭୂମିକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ