ପଂଚବଟି କାରଖାନାର କଳା ଧୂଆଁରେ ପରିବେଶ ହେଉଛି ପ୍ରଦୂଷଣ ଆଂଚଳିକ ପ୍ରଦୂଷଣ ବିଭାଗ ପାଲଟିଛି ନିରବଦ୍ରଷ୍ଟା
ଯୋଡ଼ା, ୨ ଜୁନ୍ (ହି.ସ.)- ବଲାଣି ଥାନା ଅନ୍ତର୍ଗତ ବଡ଼ବିଲ ପୌରାଂଚଳର ମାଟକାମବେଡା ଶିଳ୍ପାଂଚଳ ସ୍ଥିତ ପଂଚବଟି ଷ୍ଟିଲ ଏଲଏଲପି ସ୍ପଞ୍ଜ କାରଖାନାର କଳା ଧୂଆଁ ରେ ଅଂଚଳବାସୀ ଅତିଷ୍ଠ ହୋଇ ପଡିଲେଣି। କାରଖାନା କର୍ତୃପକ୍ଷ ପ୍ରଦୂଷଣ ବିଭାଗର ନିୟମକୁ ପାଳନ କରୁନଥିବାରୁ କାରଖାନା ରୁ କଳା ଧୂଆଁ ନିର୍ଗତ ହୋଇ ସ୍
କାରଖାନା ମୁଖ୍ୟ ଫାଟକ


କାରଖାନା ରୁ ବାହାରୁଥିବା ବିଷାକ୍ତ ଧୂଆଁ


ଯୋଡ଼ା, ୨ ଜୁନ୍ (ହି.ସ.)- ବଲାଣି ଥାନା ଅନ୍ତର୍ଗତ ବଡ଼ବିଲ ପୌରାଂଚଳର ମାଟକାମବେଡା ଶିଳ୍ପାଂଚଳ ସ୍ଥିତ ପଂଚବଟି ଷ୍ଟିଲ ଏଲଏଲପି ସ୍ପଞ୍ଜ କାରଖାନାର କଳା ଧୂଆଁ ରେ ଅଂଚଳବାସୀ ଅତିଷ୍ଠ ହୋଇ ପଡିଲେଣି। କାରଖାନା କର୍ତୃପକ୍ଷ ପ୍ରଦୂଷଣ ବିଭାଗର ନିୟମକୁ ପାଳନ କରୁନଥିବାରୁ କାରଖାନା ରୁ କଳା ଧୂଆଁ ନିର୍ଗତ ହୋଇ ସ୍ଥାନୀୟ ଅଂଚଳର ପରିବେଶକୁ ନଷ୍ଟ କରୁଛି । କାରଖାନାର ଚମିନିରୁ କଳା ଧୂଆଁ ନିର୍ଗତ ହୋଇ କାରଖାନାର ପାଚେରୀ କୁ ଲାଗି ରହିଥିବା ଜନ ବସତି ମନ୍ଦିର ହଟିଂର ପରିବେଶ ବିଷମୟ କରୁଥିବା ବେଳେ ପାଖରେ ଥିବା ଜନ ବସତି ଯଥା ଡର୍ବୀ ଛକ, ଚମ୍ପୁଆ ବସ୍ତି, ବରପଦା ଛକ, ଚଟେଇ ହଟିଂ, ବାଲାଗୋଡ଼ା ବସ୍ତି, ବଲାଣି ବସ୍ତି ସମେତ କାରଖାନାର ଅତି ନିକଟରେ ଥିବା ଚିରସ୍ରୋତା କାରୋ ନଦୀକୁ ବହୁଳ ମାତ୍ରାରେ ପ୍ରଦୂଷିତ କରୁଛି । ପ୍ରଦୂଷଣ ମାତ୍ରା ଏତେ ଅଧିକ ହୋଇଛି ଯେ ବଡ଼ବିଲ- ବଲାଣି ମୁଖ୍ୟ ରାସ୍ତା ଅତି କ୍ଷତିକାରକ କଳା ଧୂଆଁ ଓ ଏଥିରେ ଥିବା ଛୋଟ ଛୋଟ କଣିକାରେ ଆଚ୍ଛାଦିତ ହୋଇ ପଡୁଛି । ଘର ଗୁଡିକରେ ଏକ ମୋଟା କଳା ଆବରଣ ଜମା ହେବା ସହିତ ସ୍ଥାନୀୟ ଅଂଚଳରେ ଥିବା ସବୁଜ ଗଛ ଗୁଡିକ କଳା ରଙ୍ଗରେ ପରିବର୍ତିତ ହୋଇ ପଡିଛି । ଭାତ ଖାଇଲା ବେଳକୁ ଭାତ ଥାଳି ରେ କଳା ଖୁଦ୍ର କଣିକା ମିଳିବା ସହିତ ପିଇବାକୁ ରଖିଥିବା ପାଣିରେ ଏହି ବିଷାକ୍ତ ଖୁଦ୍ର କଣିକା ଦେଖିବାକୁ ମିଳୁଛି । ତେବେ ଆଂଚଳିକ ପରିବେଶ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ କାରଖାନା ପ୍ରତି ଅହେତୁକ କୋମଳଭାବ ଯୋଗୁଁ ଲୋକେ ବିଷମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ଅଂଚଳବାସୀ କ୍ଷଭ ପ୍ରକାଶ କରି କହିଛନ୍ତି । ଏ ନେଇ ବିଭିନ୍ନ ଗଣ ମଧ୍ୟମରେ ଖବର ପ୍ରକାଶନ ହେବା ପରେ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ବ୍ୟକ୍ତି ବିଶେଷ ଟ୍ୱିଟର ମାଧ୍ୟମରେ ରାଜ୍ୟ ଓ ଆଂଚଳିକ ପ୍ରଦୂଷଣ ବିଭାଗ ର ଧ୍ୟାନ ଆକର୍ଷଣ କରୁଥିଲେ ସୁଦ୍ଧା ପରିବେଶ ବିଭାଗ ନିର୍ବଦ୍ରଷ୍ଟା ପାଲଟିଛି । ଏ ନେଇ ଆଂଚଳିକ ପ୍ରଦୂଷଣ କାର୍ଯ୍ୟାଳୟର କାର୍ଯ୍ୟକାରିତା ଉପରେ ସ୍ଥାନୀୟ ଲୋକେ ଆସ୍ଥା ହରାଇ ବସିଥିବା ବେଳେ ଆଂଚଳିକ କାର୍ଯ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ତେବେ ଏହି ବିଷ ବଳୟରୁ ସ୍ଥାନୀୟ ଅଧିବାସୀଙ୍କୁ ମୁକ୍ତି ଦେବାକୁ ପରିବେଶ ବିଭାଗ ଉକ୍ତ କାରଖାନା ପରିବେଶ ସୁରକ୍ଷା ପାଇଁ ପରିବେଶ ବିଭାଗର ଥିବା ନୀତି ନିୟମକୁ ପାଳନ କରୁଛି କି ନାହିଁ , ତାହା ଯାଂଚ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଲାଣି ବିକାଶ ପରିଷଦର ସଦସ୍ୟ ଅଜୟ କୁମାର ମହାନ୍ତି ଦୃଢ଼ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶିବାଶିଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande