ସୋନପୁର ପ୍ରିମିଅର ଲିଗ ଦ୍ୱିତୀୟ ମ୍ୟାଚ୍ ରେ ସୁପର ଜାଏଂଟସ୍ ୪ ୱିକେଟରେ ବିଜୟୀ
ସୋନପୁର, ୦୨ ଜୁନ୍ (ହି.ସ.) - ଗତ ୨୭ ତାରିଖ ରେ ସୋନପୁର ଗାନ୍ଧୀ ପଡ଼ିଆରେ ଉଦଘାଟନ ହୋଇ ଥିବା ଓ ଲଗାତାର ବର୍ଷା ପାଈଁ ବନ୍ଦ ହୋଇ ଥିବା ସୋନପୁର ପ୍ରୀମିଅର୍ ଲିଗ୍ ୩ ଆଜି ଅପରାହ୍ନ ରେ ପୁଣି ଆରମ୍ଭ ହୋଇଛି । ସମ୍ମାନିତ ଅତିଥି ଭାବରେ ସୋନପୁର କଲେଜ ପ୍ରାକ୍ତନ ସଭାପତି ନବ କୁମାର ସେଠି, ଏସ ପି ଏଲ୍ କମିଟି
*ସୋନପୁର ପ୍ରିମିଅର ଲିଗ ଦ୍ଵିତୀୟ ମ୍ୟାଚ୍ ରେ  ସୁପର ଜାଏଣ୍ଟସ୍ ୪ ୱିକେଟ ରେ ବିଜୟୀ* -


ସୋନପୁର, ୦୨ ଜୁନ୍ (ହି.ସ.) - ଗତ ୨୭ ତାରିଖ ରେ ସୋନପୁର ଗାନ୍ଧୀ ପଡ଼ିଆରେ ଉଦଘାଟନ ହୋଇ ଥିବା ଓ ଲଗାତାର ବର୍ଷା ପାଈଁ ବନ୍ଦ ହୋଇ ଥିବା ସୋନପୁର ପ୍ରୀମିଅର୍ ଲିଗ୍ ୩ ଆଜି ଅପରାହ୍ନ ରେ ପୁଣି ଆରମ୍ଭ ହୋଇଛି । ସମ୍ମାନିତ ଅତିଥି ଭାବରେ ସୋନପୁର କଲେଜ ପ୍ରାକ୍ତନ ସଭାପତି ନବ କୁମାର ସେଠି, ଏସ ପି ଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ, ସଂପାଦକ ନବ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରଦୀପ କୁମାର ସେଠୀ, ବସ୍ ଆସୋସିଏସନ୍ ସଭାପତି ଦୀପକ ମହାପାତ୍ର, ସଂପାଦକ ସୁଦର୍ଶନ ପଣ୍ଡା ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ସୋନପୁର ସୁପର ଜାଏଂଟସ୍ ଓ ମା ମାହେଶ୍ୱରୀ ସ୍ପୋଟିଂ ମଧ୍ୟରେ ଆଜି ଟର୍ଣାମେଂଟର ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ୨୦ ଓଭର ବିଶିଷ୍ଟ ମ୍ୟାଚରେ ମା ମାହେଶ୍ୱରୀ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ସୋନପୁର ସୁପର୍ ଜାଏଂଟସ୍ ଦଳ କୁ ୧୬୭ ରନ୍ ଟାର୍ଗେଟ ଦେଇଥିଲା । ଦଳ ପକ୍ଷରୁ ବିକି କହଁର ସର୍ବାଧିକ ୩୦ ରନ ଓ ଟୁନା ମିଶ୍ର ୧୮ ରନ୍ କରିଥିବା ବେଳେ ଆକାଶ ପାତ୍ର ୪ ୱିକେଟ୍ ଓ ଭୀଷ୍ମ ହରିପାଲ, ଧୃବ ଜ୍ୟୋତି ପ୍ରହରି ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସୁପର ଜାଏଂଟସ୍ ଦଳ ୧୯.୧ ଓଭର ରେ ୬ ୱିକେଟ୍ ହରାଇ ୧୬୭ ରନ୍ ଲକ୍ଷ୍ୟ ପୁରଣ କରି ୪ ୱିକେଟ ରେ ମ୍ୟାଚ୍ ବିଜୟୀ ହୋଇଛି । ଦଳ ପକ୍ଷରୁ ଭରଦ୍ୱାଜ ପାଣିଗ୍ରାହୀ ୩୮ ବଲ୍ ରେ ୭୩ ରନ୍ କରିଥିବା ବେଳେ ଭୀଷ୍ମ ହରିପାଲ ୩୨ ରନ୍ ଓ ଗୌରାଙ୍ଗ ମହା ନନ୍ଦିଆ ୨୭ ରନ୍ କରିଥିଲେ । ଦେବାଶିଷ ସାହୁ ୨ ଟି ୱିକେଟ୍ ଓ ପୁରୋଷୋତମ ପାତ୍ର, ବିକି କହଁର, ରାଜନ ବେହେରା ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଆଜି ଆକାଶ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀବନ୍ତ ନାୟକ ଆଜି ର ମ୍ୟାଚ୍ ପରିଚାଳନା କରିଥିଲେ । ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ.ରାଓ ପ୍ରଦାନ କରିଥିଲେ । ଦିନେଶ ଘିବିଲା ଓ ବିଶ୍ୱନାଥ ନାୟକ ସ୍କୋରର ଭାବେ ଦାୟିତ୍ୱ ତୁଲାଇ ଥିଲେ । ଜିଲ୍ଲା କ୍ରିକେଟ ସଂଘ ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ପାତ୍ର, ସୁଧାଂଶୁ ଶେଖର ମିଶ୍ର, ବାଙ୍କା ବିହାରୀ ମହଲା, ପ୍ରଦୀପ୍ତ ସେଠୀ, ରାଜେନ୍ଦ୍ର ମିଶ୍ର , ପାର୍ଥ କର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande