ସ୍ଵଛ ପରିବେଶ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଂଜାମ, 2 ଜୁନ୍ (ହି.ସ.) ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ ପରିମଳ ଓ ସ୍ଵାସ୍ଥ୍ୟ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଆମ ପରିବେଶ ପରିଷ୍କାର ରହିଲେ କୌଣ
ସ୍ଵଛ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ଗଂଜାମ, 2 ଜୁନ୍ (ହି.ସ.)

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ ପରିମଳ ଓ ସ୍ଵାସ୍ଥ୍ୟ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଆମ ପରିବେଶ ପରିଷ୍କାର ରହିଲେ କୌଣସି ରୋଗ ହେବ ନାହିଁ।ମାଛି ନରହିଲେ ପତଳା ଝାଡ଼ା, ମଶା ନହେଲେ ମ୍ୟାଲେରିଆ, ଡେଙ୍ଗୁ, ଶ୍ଲୀପଦ, ଜ୍ୱର ହେବ ନାହିଁ। ଘର ପାଖ ସଫା ରହିଲେ ସଂବାଳୁଆ, ବିଭିନ୍ନ କିଟ ପତଙ୍ଗ ହେବେନାହିଁ ମଶା ମାଛି, ମୂଷା ବଂଶ ବୃଦ୍ଧି ହେବ ନାହିଁ, ମୂଷା ମରି ପଡିଲେ ପ୍ଲେଗ ହେବ।ପେଟ ସଫା ରହିଲେ ବହୁରୋଗ ଦୂରେଇଯିବ।ବାହ୍ୟଶୌଚ ତ୍ୟାଗ କଲେ କୃମି, ମାଛି, ଦୁର୍ଗନ୍ଧ, ଅମ୍ଳପିତ୍ତ ଦୂରେଇ ଯିବ। କ୍ରୋଧ, ହିଂସା, ମିଥ୍ୟା ତ୍ୟାଗ କଲେ ମାନସିକ ଶାନ୍ତି, ସ୍ଵାସ୍ଥ୍ୟ ଭଲ ରହିବ ଓ ରକ୍ତଚାପ, ବୃକକ ରୋଗ, କୋଲେଷ୍ଟେରଲ୍, ହୃଦ୍ରୋଗ, ସ୍ମୃତିଭ୍ରମ ହେବନାହିଁ।ଜୀବାଣୁ ନାଶକ ଦ୍ରବ ମିଶାଈ ଘର ଧୋଇବେ ନିମ୍ବ, ନିର୍ଗୁଣ୍ଡି, ଝୁଣା ଧୂପ ଦେବେ।ଘର ଚାରିପାଖ ବୃକ୍ଷ ରୋପଣ କଲେ, ଶୀତଳତା ଓ ଅମ୍ଳଜାନ ପାଇବା।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ। । ‌‌

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande