ଏସସିଏସ କଲେଜ କାନ୍ଥରେ ବରଓସ୍ତ ଗଛ
ପୁରୀ, ୨ ଜୁନ୍ (ହି.ସ.)- ଓଡିଶାର ପୁରାତନ କଲେଜ ଭାବେ ଏସସିଏସର ନାମ ରହିଛି । ବ୍ରିଟିଶ ଅମଳରୁ ଏହି ନାଲିଆ କୋଠା ରହିଛି । ଓଡିଶାର ଅନେକ ବୁଦ୍ଧିଜୀବୀ, ରାଜନେତା ଓ ଆଇନଜୀବୀ ଏହି କଲେଜରେ ପଢିଥିବା ଇତିହାସ ରହିଛି । ମୋ କଲେଜ, ମୋ ଓଡିଶା ଓ ସ୍ମାର୍ଟ କଲେଜ ପାଇଁ ଅନେକ ଅର୍ଥ ମଞ୍ଜୁର ହୋଇଥିଲା । ପୂର
ଏସସିଏସ କଲେଜ କାନ୍ଥରେ ବରଓସ୍ତ ଗଛ


ପୁରୀ, ୨ ଜୁନ୍ (ହି.ସ.)- ଓଡିଶାର ପୁରାତନ କଲେଜ ଭାବେ ଏସସିଏସର ନାମ ରହିଛି । ବ୍ରିଟିଶ ଅମଳରୁ ଏହି ନାଲିଆ କୋଠା ରହିଛି । ଓଡିଶାର ଅନେକ ବୁଦ୍ଧିଜୀବୀ, ରାଜନେତା ଓ ଆଇନଜୀବୀ ଏହି କଲେଜରେ ପଢିଥିବା ଇତିହାସ ରହିଛି । ମୋ କଲେଜ, ମୋ ଓଡିଶା ଓ ସ୍ମାର୍ଟ କଲେଜ ପାଇଁ ଅନେକ ଅର୍ଥ ମଞ୍ଜୁର ହୋଇଥିଲା । ପୂର୍ତ୍ତ ବିଭାଗର ଧୃତାମି କାମ ଯୋଗୁ ପୁରୁଣା କୋଠା ଭୁଷୁଡ଼ିବା ଅବସ୍ଥା ଦେଖାଦେଇଛି । କଲେଜର ଡାହାଣ ପାର୍ଶ୍ବ ରାସ୍ତା ପାଖରେ ଥିବା କାନ୍ଥରେ ବରଓସ୍ତ ଗଛ, ଅନାବନା ଲତା ମାଡି ରହିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଇଟାରେ ନିର୍ମିତ ପୁରୁଣା କାନ୍ଥ ବରଓସ୍ତ ଚେର ଯୋଗୁ ଫାଟିବାର ସମ୍ଭାବନା ଦେଖାଦେଇଛି । ପାଣି ପାଇପ ଫଟା ଯୋଗୁ ସେଠାରେ ଝରାଉଥିବା ପାଣିରେ ଗଛ ବଞ୍ଚିବା ସୁବିଧାଜନକ ହୋଇଛି । ଆଗପଟ କାନ୍ଥ ଚିକ୍କଣ ଥିବାବେଳେ ପଛପଟ ଦୟନୀୟ ସ୍ଥିତିରେ ରହିଛି । ଅନ୍ଯପକ୍ଷରେ ତଳେ ଗୋଟିଏ ଉଠିଥିବା ଗଛ ଉପରେ ଲଟି ମାଡିବା ଯୋଗୁ ସରୀସୃପ ମାନେ ସେଇ ପଟେ ଚଢି କାନ୍ଥ ଦେଇ ସ୍କାଇଲାଇଟ ପଟେ ରୁମକୁ ପ୍ରବେଶ କରୁଛନ୍ତି । ବରଓସ୍ତ ଚେର ନଉପାଡି ଠିକାଦାର ରଙ୍ଗ ମାରୁଥିବାରୁ ପରେ ସେଇ ଗଛ ଗୁଡିକ ପୁଣି ଉଠୁଛି । ସେଇପଟେ ଯାଉଥିବା ଜଣେ ବୃଦ୍ଧ କହିଲେ କଲେଜ କାନ୍ଥରେ ଏବେ ବୃକ୍ଷରୋପଣ ହୋଇଛି । ଏହାକୁ ତୁରନ୍ତ ସଫାକରି ମରାମତି ନିମନ୍ତେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande