ଭୁବନେଶ୍ୱର, 2 ଜୁନ୍ (ହି.ସ.)- ୨୦୨୫ ଜେଇଇ
ଆଡ଼ଭାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ
ସେମାନଙ୍କ ସଫଳତା କାମନା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫ ଜେଇଇ ଆଡ଼ଭାନ୍ସ ପରୀକ୍ଷାରେ କୃତକାର୍ଯ୍ୟ
ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଫଳାଫଳ ଆପଣମାନଙ୍କ
କଠିନ ପରିଶ୍ରମ ଓ ନିଷ୍ଠାର ପ୍ରତିଫଳନ। ପରୀକ୍ଷା ଫଳ ନିର୍ବିଶେଷରେ ସମସ୍ତେ ଆତ୍ମବିଶ୍ୱାସ ଏବଂ
ଦୃଢ଼ ମନୋବଳ ସହ ଆଗକୁ ବଢ଼ନ୍ତୁ । ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ
ଛାତ୍ରଛାତ୍ରୀଙ୍କ ବିପୁଳ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା