କଲେଜ ଛକ ରାସ୍ତା ଦବିଲା ଓ ଫାଟିଲା
ପୁରୀ, ୨ ଜୁନ୍ (ହି.ସ.)- ଜୁନ ୨୭ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ବାରମ୍ବାର ରଥଯାତ୍ରା ସମନ୍ଵୟ ବୈଠକ ବସୁଛି । ସବୁ ରାସ୍ତାଘାଟ ସମତୁଲ ହୋଇଛି ବୋଲି କାଗଜ ଓ ପାଟିରେ କୁହାଯାଉଛି । ପ୍ରକୃତରେ ଦେଖିବାକୁ ଗଲେ ଦୀପତଳ ଅନ୍ଧାର । ପିକେଡିଏ ଛକରୁ ଟାଉନହଲ ପର୍ଯ୍ୟନ୍ତ ରାସ୍ତାର ଅବସ୍
କଲେଜ ଛକ ରାସ୍ତା ଦବିଲା ଓ ଫାଟିଲା


ପୁରୀ, ୨ ଜୁନ୍ (ହି.ସ.)- ଜୁନ ୨୭ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ବାରମ୍ବାର ରଥଯାତ୍ରା ସମନ୍ଵୟ ବୈଠକ ବସୁଛି । ସବୁ ରାସ୍ତାଘାଟ ସମତୁଲ ହୋଇଛି ବୋଲି କାଗଜ ଓ ପାଟିରେ କୁହାଯାଉଛି । ପ୍ରକୃତରେ ଦେଖିବାକୁ ଗଲେ ଦୀପତଳ ଅନ୍ଧାର । ପିକେଡିଏ ଛକରୁ ଟାଉନହଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦୟନୀୟ ସ୍ଥିତିରେ ରହିଛି । ପ୍ରତିଦିନ ସେହି ରାସ୍ତା ଦେଇ ଶହ ଶହ କଲେଜ ଛାତ୍ରଛାତ୍ରୀ, ଆଇନଜୀବୀ, ପୂର୍ତ୍ତବିଭାଗ କର୍ମଚାରୀ, ସରକାରୀ କର୍ମଚାରୀ ସହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଯାତାୟତ କରୁଛନ୍ତି । କଲେଜ ଛକରୁ ପୁରୁଣା ସଦରଥାନାକୁ ଆସିଥିବା ତିନି କୋଣିଆ ଛକ ଉପରେ ରାସ୍ତା ଦବିଛି ଓ ଫାଟିଛି । ସେହି ସ୍ଥାନରେ ଅନେକ ଦୁର୍ଘଟଣା ଘଟୁଛି । ସେହି ବାଟ ଦେଇ ପୂର୍ତ୍ତବିଭାଗ କର୍ମଚାରୀ ଓ ଠିକାଦାର ଯାଉଥିଲେ ମଧ୍ୟ ତାହା ତାଙ୍କ ଆଖିକୁ ଦେଖାଯାଉନାହଁ । ଏ ସମ୍ପର୍କରେ ପୂର୍ତ୍ତବିଭାଗ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ତାହା ମରାମତି ହେଉନାହିଁ । ରଥଯାତ୍ରା ପାଇଁ ରେଳ ଷ୍ଟେସନରୁ ଲକ୍ଷ ଲକ୍ଷ ଯାତ୍ରୀ ସେହି ବାଟଦେଇ ବଡଦାଣ୍ଡକୁ ଆସିବେ । ତୁରନ୍ତ ଏହି ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande