କମିଶନ ପଦବୀ ଖାଲି ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
ଭୁବନେଶ୍ୱର, 2 ଜୁନ୍ (ହି.ସ.)- କମିଶନ ପଦବୀ ଖାଲି ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ବିଳନୀ କରି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟରେ ଶିଶୁ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । କିନ୍ତୁ ଠିକ ସେଇ ସମୟରେ ଖାଲିପଡିଛି ରାଜ୍ୟର ଅନ
କମିଶନ ପଦବୀ ଖାଲି ନେଇ ରାଜ୍ୟ     ସରକାରଙ୍କୁ ଘେରିଲା କଂଗ୍ରେସ


ଭୁବନେଶ୍ୱର, 2 ଜୁନ୍ (ହି.ସ.)- କମିଶନ ପଦବୀ ଖାଲି

ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ବିଳନୀ କରି ସରକାରଙ୍କୁ ପ୍ରଶ୍ନ

କରିଛି କଂଗ୍ରେସ । ରାଜ୍ୟରେ ଶିଶୁ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । କିନ୍ତୁ ଠିକ ସେଇ

ସମୟରେ ଖାଲିପଡିଛି ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ । ରାଜ୍ୟରେ ନାହାଁନ୍ତି ମହିଳା କମିଶନ

ଓ ଶିଶୁ ସୁରକ୍ଷା ଆୟୁକ୍ତ । ପଙ୍ଗୁ ହେଇଯାଇଛି ରାଜ୍ୟର ବିଭିନ୍ନ କମିଶନ । ବର୍ଷେ ହେଲାଣି

ଲୋକାୟୁକ୍ତ ପଦବୀ ବି ଖାଲି ପଡ଼ିଛି । ମାର୍ଚ୍ଚ

ମାସରୁ ଶିଶୁ ସୁରକ୍ଷା କମିଶନ ଖାଲି । ନଭେମ୍ବରରୁ ମହିଳା କମିଶନ ପଦବୀ ଖାଲି । ସରକାର ନିଜର ସ୍ୱେଚ୍ଛାଚାରିତା ଶାସନ କରିବା ପାଇଁ ପୂରଣ କରିପାରୁନାହାନ୍ତି କମିଶନ

ପଦବୀ ବୋଲି ଅଭିଯୋଗ କରିଛି କଂଗ୍ରେସ । ବର୍ଷକର ସଫଳତାକୁ ସରକାର ବଖାଣିବାକୁ ଯାଉଛନ୍ତି

ପ୍ରଚାର ପ୍ରସାର କରିକି,ହେଲେ ଏହି ବିଫଳତାକୁ ଦେଖିପାରୁନାହାନ୍ତି । ସରକାର ମାସେ ମଧ୍ୟରେ ଏହି ସବୁ ପଦବୀ ପୂରଣ କରନ୍ତୁ

ନହେଲେ ରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande