ଭୁବନେଶ୍ୱର, 2 ଜୁନ୍ (ହି.ସ.)
- ସମ୍ବଲପୁର
ଅଞ୍ଚଳର ସବ୍ୟସାଚୀ ମିଶ୍ରଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ଅଞ୍ଚଳର ସବ୍ୟସାଚୀ
ମିଶ୍ରଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ ସ୍ୱଭାବର ମଣିଷ
ଥିଲେ । ତାଙ୍କର ଆମାୟିକ ବ୍ୟବହାର ସବୁଠି ତାଙ୍କୁ ଲୋକପ୍ରିୟ କରାଇଥିଲା । ଶ୍ରୀ ମିଶ୍ରଙ୍କ
ନିଧନରେ ସମ୍ବଲପୁର ଜଣେ ହୃଦୟବାନ ସମାଜସେବୀଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା
ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା