ଭୁବନେଶ୍ୱର, 2 ଜୁନ୍ (ହି.ସ.)- ରାଜଧାନୀରେ
ହତ୍ୟାକାଣ୍ଡ । ସ୍ତ୍ରୀର ତଣ୍ଟି ଚିପି ହତ୍ୟା
କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଂଚଳରେ ।
ଗତ ରାତିରେ କୌଣସି କାରଣକୁ
ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା
ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ମହିଳା ହେଲେ ନନ୍ଦିତା ବେହେରା । 2018 ମସିହାରେ
ନିଆଳି ଅଂଚଳର ଗୁପ୍ତେଶ୍ୱର ବେହେରାଙ୍କୁ ବିବାହ କରିଥିଲେ । ଗୁପ୍ତେଶ୍ୱର ଚକେସିଆଣିରେ ମୋବାଇଲ
ଦୋକାନ କରିଥିଲେ ।
ସେପଟେ ଜ୍ୱାଇଁଙ୍କ ପରକୀୟା
ପ୍ରୀତି ଥିଲା । ଯେଉଁ କାରଣ ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ଯେଉଁ କାରଣ
ପାଇଁ ନନ୍ଦିତାଙ୍କୁ ହତ୍ୟା କରିଥିବା କହିଛନ୍ତି ପରିବାର । ସେପଟେ ନନ୍ଦିତାଙ୍କୁ ହତ୍ୟା ପରେ
ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ି ଛୁ ମାରିଥିବା ଅଭିଯୋଗ ହୋଇଛି । ଘଟଣା ତଦନ୍ତ
କରୁଛି ମଞ୍ଚେଶ୍ୱର ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା