ନୂଆଦିଲ୍ଲୀ, 2 ଜୁନ୍ (ହି.ସ.)- ପାରାଗୁଏର
ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ପାଲାସିଓସ ଆଜି ତିନି ଦିନିଆ ଗସ୍ତରେ ନୂଆଦିଲ୍ଲୀରେ
ପହଞ୍ଚିଛନ୍ତି। ରାଜଧାନୀର ପାଲମ୍ ଏୟାରଫୋର୍ସ ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହି ପାରାଗୁଏର ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ପାଲାସିଓସଙ୍କ
ସହିତ ଆଲୋଚନା କରିବେ। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ପଦକ୍ଷେପ ଉପରେ
ସମୀକ୍ଷା ହେବାର ସମ୍ଭାବନା ଅଛି।
ରାଷ୍ଟ୍ରପତି ପେନା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ୍
ଧନଖଡ଼ ଓ ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ମଧ୍ୟ ସାକ୍ଷାତ କରିବେ।
ପାରାଗୁଏର ରାଷ୍ଟ୍ରପତି,
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ତିନି ଦିନିଆ
ରାଜକୀୟ ଯାତ୍ରାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନେ ଓ ବ୍ୟବସାୟ ପ୍ରତିନିଧିମାନଙ୍କ ସମେତ ଏକ
ଉଚ୍ଚସ୍ତରୀୟ ଶିଷ୍ଟମଣ୍ଡଳ ମଧ୍ୟ ଆସିଛି। ରାଷ୍ଟ୍ରପତି ପେନାଙ୍କର ଏହି ପ୍ରଥମ ଭାରତ ଯାତ୍ରା ଓ
ପାରାଗୁଏର କୌଣସି ରାଷ୍ଟ୍ରପତିଙ୍କର ଏହା ପର୍ଯ୍ୟନ୍ତ ଦ୍ୱିତୀୟ ଭାରତ ଯାତ୍ରା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା