୩୦ ଜୁନରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସିଇଇ ପରୀକ୍ଷା
ସମ୍ବଲପୁର, ୨୦ ଜୁନ୍‌(ହି.ସ.) – ଭାରତୀୟ ସେନା ନିଯୁକ୍ତି ବର୍ଷ ୨୦୨୫-୨୬ ନିମନ୍ତେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ୨୦୨୫, ଜୁନ୍ ୩୦ ତାରିଖରୁ ୨୦୨୫, ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରୀକ୍ଷା କୋଲକାତା ରେକ୍ରୁଟିଂ ଜୋନ୍ ଅଧୀନରେ ଥିବା ସିକ୍କିମ୍‌, ପଶ୍ଚିମବଙ୍ଗ ଓ ଓଡି
୩୦ ଜୁନରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସିଇଇ ପରୀକ୍ଷା


ସମ୍ବଲପୁର, ୨୦ ଜୁନ୍‌(ହି.ସ.) – ଭାରତୀୟ ସେନା ନିଯୁକ୍ତି ବର୍ଷ ୨୦୨୫-୨୬ ନିମନ୍ତେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ୨୦୨୫, ଜୁନ୍ ୩୦ ତାରିଖରୁ ୨୦୨୫, ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରୀକ୍ଷା କୋଲକାତା ରେକ୍ରୁଟିଂ ଜୋନ୍ ଅଧୀନରେ ଥିବା ସିକ୍କିମ୍‌, ପଶ୍ଚିମବଙ୍ଗ ଓ ଓଡିଶାର ୧୮ଟି ସହରରେ ମୋଟ ୨୨ଟି କେନ୍ଦ୍ରରେ ଆୟୋଜିତ ହେବ। ପଶ୍ଚିମ ଓଡ଼ିଶାରେ ଏହି ପରୀକ୍ଷା ତିନିଟି(୩) ସହରରେ ହେବ, ଯାହା ନିମ୍ନରେ ପରିଲିଖିତ ଅଛି:

ପରୀକ୍ଷା କେନ୍ଦ୍ରର ନାମ ଓ କେନ୍ଦ୍ର କୋଡ୍‌-ଢେଙ୍କାନାଳ ୭୯୯୫(୭୯୯୫) ସଙଘ ଊସଶସଗ୍ଧବକ୍ଷ ତକ୍ଟଦ୍ଭର, ସଊତ ଈବଦ୍ଭବଜ୍ଞବକ୍ଷସକ୍ଟ୍ରକ୍ସବଗ୍ଦବୟ (ବନମାଳି ପ୍ରସାଦ)

ରାଉରକେଲା ୭୯୮୪(୭୯୮୪) ସଙଘ ଊସଶସଗ୍ଧବକ୍ଷ ତକ୍ଟଦ୍ଭର, ସଊତ ଝରମଗ୍ଧକ୍ଟକ୍ସ ୪(ସେକ୍ଟର ୪)

ସମ୍ବଲପୁର ୪୮୭୪(୪୮୭୪) ସଙଘ ଊସଶସଗ୍ଧବକ୍ଷ ତକ୍ଟଦ୍ଭର, ସଊତ ଗବହଷସକ୍ଟ୍ରବକ୍ଷସ(ମାଝିପାଲି)

ଅନଲାଇନ୍ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ୨୫ ଏପ୍ରିଲ୍ ୨୦୨୫ ରେ ସମାପ୍ତ ହୋଇଯାଇଛି। ଯେଉଁ ଆଶାୟୀପାର୍ଥୀମାନେ ଏପର୍ଯ୍ୟନ୍ତ ତାଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିନାହାନ୍ତି, ସେମାନେ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ୱେବସାଇଟ ରୁ ଡାଉନଲୋଡ୍ କରିପାରିବେ। ଯେଉଁ ଆଶାୟୀପାର୍ଥୀମାନେ ସଫଳତାର ସହ ଆବେଦନ କରିଥିବା ସତ୍ୱେ ଆଡମିଟ୍ କାର୍ଡ ପାଇନାହାନ୍ତି, ତେବେ ସେମାନେ ତାଙ୍କର ନିକଟତମ ସେନା ନିଯୁକ୍ତି କାର୍ଯ୍ୟାଳୟ (ଆର୍ମି ରିକ୍ରୁଟିଂ ଅଫିସ୍‌)କୁ ଯୋଗାଯୋଗ କରିପାରିବେ। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସଂପର୍କରେ ବୁଝିବାକୁ ପ୍ରାରମ୍ଭିକ ଅଭ୍ୟାସ ନିମନ୍ତେ ଉପରୋକ୍ତ ୱେବସାଇଟ୍‌କୁ ଯାଇ ଅଭ୍ୟାସ କରିପାରିବେ। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ଉଋଋ) ପରେ ଯେଉଁ ଆଶାୟୀପାର୍ଥୀମାନେ ଉଲୀର୍ଣ୍ଣ ହେବେ, ସେମାନଙ୍କୁ ନିଯୁକ୍ତି ରାଲି(ରିକ୍ରୁଟମେଣ୍ଟ ରାଲି) ବିଷୟରେ ସୂଚନା ପ୍ରଦାନ କରାଯିବ। ଆଶାୟୀପାର୍ଥୀମାନେ କୌଣସି ଠକାମୀ ର ଶୀକାର ନହେବା ପାଇଁ ଉପଦେଶ ଦିଆଯାଉଛି। କୌଣସି ସନ୍ଦେହ ଥିଲେ ନିକଟତମ ନିଯୁକ୍ତି କାର୍ଯ୍ୟାଳୟ (ରିକ୍ରୁଟମେଂଟ ଅଫିସ୍‌)ରେ ସଂପର୍କ କରିପାରିବେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande