ଆରଡି ଅଂଚଳରେ ଝାଡାବାନ୍ତି ବ୍ୟାପିବା ପରେ ଜିଲା ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଚଢାଉ, ଜରିମାନା ଗଣିଲେ ଜଳଖିଆ ଦୋକାନୀ, ଭୟରେ ଦୋକାନ ବନ୍ଦ କରି ପଳାଇଲେ ବେପାରୀ
ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ଜିଲା ଆରଡି ଅଂଚଳରେ ଝାଡାବାନ୍ତି ବ୍ୟାପିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଗତ ୩ଦିନ ହେବ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ , ତାହାକୁ କିପରି ଆୟତ କରାଯିବ, ସେଥିପାଇଁ ଶୁକ୍ରବାର ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକଙ୍କ ନେତୃ
ARADI ANCHALA RE JHADABANTI CASE


ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ଜିଲା ଆରଡି ଅଂଚଳରେ ଝାଡାବାନ୍ତି ବ୍ୟାପିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଗତ ୩ଦିନ ହେବ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ , ତାହାକୁ କିପରି ଆୟତ କରାଯିବ, ସେଥିପାଇଁ ଶୁକ୍ରବାର ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପୀଠର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ମୁଖ୍ୟ ବଜାର ଓ ସାହିରେ ଥିବା ସମସ୍ତ ଜଳଖିଆ, ମିଠା ଓ ଉଠାଦୋକାନିଙ୍କର ଖାଦ୍ୟ ମାନ ଯାଂଚ କରିବା ସହ ଖାଦ୍ୟ ପ୍ରସ୍ତୁତ ହେଉଥିବା ତେଲ, ବେସନ, ମିଠା ଆଦିର ମାନ ପରିଖିଥିଲେ। ଏପରିକି କେତେକ ଦୋକାନୀଙ୍କ ଖାଦ୍ୟ ଓ ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ, ପିଇବା ପାଣି ଠିକ ନଥିବାରୁ ଏପରି ଜିନିଷ ବ୍ୟବହାର ନକରିବା ସହ ବିକ୍ରୀ ନକରିବା ପାଇଁ କଡା ତାଗିଦ କରିଥିଲେ। ଏପରିକି କିଛି ଦୋକାନୀଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଥିବା କହିଛନ୍ତି ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକ। ଅନ୍ୟପଟେ ଚଢାଉ ଭୟରେ କିଛି ଦୋକାନୀ ଦୋକାନ ବନ୍ଦ କରି ପଳାଇଯାଇଥିଲେ। ସୂଚନା ଅନୁଯାୟୀ ଗତ ୩ଦିନ ମଧ୍ୟରେ ୧୦ଜଣ ଝାଡାବାନ୍ତି ରୋଗୀ ଆରଡି ମେଡିକାଲକୁ ଆସି ଚିକିତ୍ସିତ ହୋଇଥିବା ବେଳେ ୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ଭଦ୍ରକ ମେଡିକାଲକୁ ପଠାଯାଇଥିଲା। ତାହାସହ ଅନ୍ୟ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ପୀଠରେ ପିଇବାପାଣି ଅସୁବିଧା ଥିବାରୁ ବାବାମଣିଙ୍କ ମନ୍ଦିର ସମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀ ଜଳ ବ୍ୟବହାର କରାଯାଉଥିବା ସ୍ଥାନୀୟ ଲୋକ ତହସିଲିଦାରଙ୍କ ଦୃଷ୍ଟି ଗୋଚର କରାଇଥିଲେ। ହେଲେ ଶିବଗଙ୍ଗା ଜଳ ଏବେ ପ୍ରଦୂଷିତ ହୋଇ କଳା ପଡିଯିବା ସହ ପଚା ଦୁର୍ଗନ୍ଧମୟ ହେଉଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ସେବାୟତମାନେ ନୀତିଭୋଗ ପ୍ରସ୍ତୁତ କରିବା ସହ ଜଳାଭିଷେକ କରୁଛନ୍ତି। ସେହିପରି ପୀଠର ଚାରିଆଡେ କୁଢକୁଢ ଅଳିଆ ଗଦା ହୋଇ ପଡିଥିଲେ ମଧ୍ୟ ସାମାନ୍ୟ ବିଚିଂ ପାୱଡର ପକାଯାଉନାହିଁ ବୋଲି ସ୍ଥାନୀୟ ଲୋକ ତହସିଲିଦାରଙ୍କୁ ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande