ରାଉରକେଲା, ୨୦ ଜୁନ୍ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନର ଅଂଶ ସ୍ଵରୂପ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଗୁରୁବାର ଦିନ ରାଉରକେଲା ମହାନଗର ନିଗମର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇଥିଲେ l ସେ ରାଉରକେଲା ପରି ସହରାଚଂଳରେ ଶିଶୁ ଶ୍ରମିକଙ୍କୁ କିପରି ଉଦ୍ଧାର କରିବା ସହିତ ଥଇଥାନ କରିବା ଦିଗରେ ଆଲୋକପାତ କରିଥିଲେ l
ଅନ୍ୟ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁନିତା କିସାନ, ଜିଲ୍ଲା ଶ୍ରମ ଅଧିକାରୀ, ରାଉରକେଲା ଗୋପାଳ କ୍ରୁଷ୍ଣ ମଙ୍ଗରାଜ, ଉପ ଆରକ୍ଷୀ ଅଧିକ୍ଷକ ଗୁରୁବାରୀ ହେମ୍ରମ, ରାଉରକେଲା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁବ୍ରତ ଜେନା, ବିଶ୍ରା ବ୍ଲକ୍ ଶିକ୍ଷା ଅଧିକାରୀ ସୁପ୍ରଭାତ ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଦର୍ଶନୀ ଏକ୍କା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡଆ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁକେସିନି କେରକେଟା ସମେତ ଶିଶୁ କଲ୍ୟାଣ କମିଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ନିଯୋକ୍ତା, ନିଯୋଗକର୍ତ୍ତା ଆଦି ଓ ଶିଳ୍ପ ସଂସ୍ଥାର ଅଧିକାରୀ ବୃନ୍ଦ ତଥା କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l
ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭାରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନର ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ