ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ହେଉଛି ଡବଲ ବିକାଶ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ ଜୁନ (ହି.ସ) - ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ହେଉଛି ଡବଲ ବିକାଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଭିଜନ ସହ ତାଳ ଦେଇ ଆଗକୁ ବଢୁଛି ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତି ଉପଲକ୍ଷେ ଜନତା ମଇଦାନ ଠାରେ ଅନ
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ହେଉଛି ଡବଲ ବିକାଶ - ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,୨୦ ଜୁନ (ହି.ସ) - ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ହେଉଛି ଡବଲ ବିକାଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଭିଜନ ସହ ତାଳ ଦେଇ ଆଗକୁ ବଢୁଛି ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତି ଉପଲକ୍ଷେ ଜନତା ମଇଦାନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଏକ ବଡ଼ ଭିତିଭୂମି ପରିବର୍ତନ ଆଣିଛନ୍ତି। ରେଳ କ୍ଷେତ୍ରରେ ଉନ୍ନତିକରଣ ସହିତ ୧୮ ମଇ ୨୦୨୩ ରେ, 'ପୁରୀ-ହାୱଡ଼ା ବନ୍ଦେ ଭାରତ' ଆରମ୍ଭ କରାଯାଇଥିଲା, ୧୦୦% ରେଳ ନେଟୱାର୍କ ବିଦ୍ୟୁତିକରଣ, ପୁରୀ, କଟକ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ, ସମ୍ବଲପୁର-ଟିଟିଲାଗଡ଼ ରୁଟ୍ ଉନ୍ନତିକରଣ, ଅନ୍ୟାନ୍ୟ ଟ୍ରାକ ଏବଂ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ସହ ଝାରସୁଗୁଡ଼ାରେ ନୂଆ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଗୁଡ଼ିକ ଲୋକଙ୍କ ସମୟ ବଞ୍ଚାଇବା ସହ ବ୍ୟବସାୟୀଙ୍କ ଲାଭ ବୃଦ୍ଧି କରିଛି । ଓଡ଼ିଶାର ଶିଳ୍ପ ଏବଂ ଗ୍ରାମାଂଚଳ ଜିଲ୍ଲା ଗୁଡ଼ିକୁ ଉତମ ସଂଯୋଗ ସୁନିଶ୍ଚିତ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୦୨୪ ରେ ଭୁବନେଶ୍ୱର-ବିଶାଖାପାଟଣା 'ମିନି ବନ୍ଦେ ଭାରତ' ଶୁଭାରମ୍ଭ କରିଥିଲେ। ଏହା ସହିତ ଉଡାନ ଯୋଜନା ଅଧୀନରେ ଅମର୍ଦା , ଜୟପୁର, ଝାରସୁଗୁଡ଼ା, ରାଉରକେଲା ଏବଂ ଉକେôଲା ବିମାନବନ୍ଦର ବିକଶିତ କରାଯାଇଛନ୍ତି ଏବଂ ଝାରସୁଗୁଡ଼ା, ଜୟପୁର, ରାଉରକେଲାରେ ଉଡ଼ାଣ ଆରମ୍ଭ ହୋଇଛି। ପୁରୀରେ ଗ୍ରୀନଫିଲ୍ଡ ବିମାନବନ୍ଦର 'ଶ୍ରୀଜଗନ୍ନାଥ ବିମାନବନ୍ଦର'କୁ ଅନୁମୋଦନ ମିଳିଛି। ଏହା ବ୍ୟତୀତ ଓଡ଼ିଶାରୁ ଦେଶର ବିଭିନ୍ନ ପ୍ରମୁଖ ସହର ଓ ଦେଶ ବାହାରକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏହି ପଦକ୍ଷେପଗୁଡ଼ିକ ରାଜ୍ୟରେ ବିମାନ, ସଡ଼କ ଏବଂ ରେଳ ତିନୋଟି କ୍ଷେତ୍ରରେ ସଂଯୋଗକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି।

୧୭ ସେପ୍େଟମ୍ବର ୨୦୨୪ ରେ, ପ୍ରଧାନମନ୍ତ୍ରୀ ‘ସୁଭଦ୍ରା ଯୋଜନା’ ଆରମ୍ଭ କରିଥିଲେ, ଯାହା ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ୨୧-୬୦ ବର୍ଷ ବୟସର ମହିଳାଙ୍କୁ ୫୦,୦୦୦ ଟଙ୍କା (ବର୍ଷକୁ ୧୦,୦୦୦, ଟଙ୍କା ଦୁଇଟି କିସ୍ତିରେ) ଆର୍ôଥକ ସହାୟତା ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହେବା ସହ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସାରା ଦେଶରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏହା ସହିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ଗ୍ରାମୀଣ ଓ ସହରୀ ହିତାଧିକାରୀମାନଙ୍କୁ ପକ୍କା ଘର ପ୍ରଦାନ କରାଯାଉଛି। ଏହା ବ୍ୟତୀତ ଜଳ ଜୀବନ ମିଶନ, ପିଏମ୍ ସୂର୍ଯ୍ୟଘର ଯୋଜନା ଆଦି ପଦକ୍ଷେପଗୁଡ଼ିକ ମହିଳା ସଶକ୍ତିକରଣ, ଗୃହ ଏବଂ ଡିଜିଟାଲ୍ ନେଣଦେଣରେ ବ୍ୟାପକ ଉନ୍ନତି ଆଣିଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରାକୃତିକ ସମ୍ପଦ, ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ହେଉଛି । ମୋଦୀ ସରକାର ଓଡ଼ିଶାରେ ପେଟ୍ରୋକେମିକାଲ୍ସ ଏବଂ ଅକ୍ଷୟ ଶକ୍ତି ଆଦି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶ ସୁନିଶ୍ଚିତ କରିଛନ୍ତି ଏବଂ ଖଣିଜ ନୀତି ସଂସ୍କାର ଯୋଗୁଁ ରାଜସ୍ୱରେ ଦଶଗୁଣ ବୃଦ୍ଧି ଘଟିଛି । ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ଆଇଜର ବ୍ରହ୍ମପୁର, ଆଇଆଇଏମ୍ ସମ୍ବଲପୁର, ଏମସ୍ ଭୁବନେଶ୍ୱର ଭଳି ଶିକ୍ଷାନୁଷ୍ଠାନର ଉନ୍ନତିକରଣ କରାଯାଇଛି। ପିଏମ ଶ୍ରୀ ବିଦ୍ୟାଳୟ ଓ ଏକଲବ୍ୟ ଆବାସିକ ବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୀତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁସମନ୍ୱୟ ଓଡ଼ିଶାକୁ ଏକ ସମୃଦ୍ଧ, ସକ୍ଷମ ଏବଂ ସଶକ୍ତ ରାଜ୍ୟ ଭାବରେ ଗଢ଼ି ତୋଳୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande