ଡାଇରିଆ ନିରାକରଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ଭବାନୀପାଟଣା, ୨୦ ଜୁନ (ହି.ସ) - କଳାହାଣ୍ଡି ଜିଲ୍ଲାସ୍ତରୀୟ ଡାଇରିଆ ନିରାକରଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ତହସିଲଦାର, ବି.
ଡାଇରିଆ ନିରାକରଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ


ଭବାନୀପାଟଣା, ୨୦ ଜୁନ (ହି.ସ) - କଳାହାଣ୍ଡି ଜିଲ୍ଲାସ୍ତରୀୟ ଡାଇରିଆ ନିରାକରଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ତହସିଲଦାର, ବି.ଡି.ଓ., ସହରାଂଚଳ ନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଜିଲ୍ଲାର ସହରାଂଚଳ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ, କେସିଙ୍ଗା ତଥା ବ୍ଲକ ସ୍ତରରେ ଥିବା ସମସ୍ତ ନାଳ ନର୍ଦ୍ଦମା, ଅଳିଆ ଆବର୍ଜନା, ପାଣିଜମି ରହୁଥିବା ସ୍ଥାନ ଇତ୍ୟାଦି କୁ ସଫାସୁତୁରା କରାଇ ଆବଶ୍ୟକ ଫିନାଇଲ, ବ୍ଲିଚିଙ୍ଗ ପକାଇ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ସ୍ତରରେ ବି.ଡି.ଓ., ତହସିଲଦାର, ମେଡ଼ିକାଲ ଅଫିସର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି.ଡି.ପି.ଓ. ଙ୍କୁ ନେଇ ଏକ କମିଟି ଗଠନ କରି ସ୍ୱଚ୍ଛତା ଓ ଡାଇରିଆ ନିରାକରଣର ସଚେତନତା ବାର୍ତା ଗ୍ରାମପଂଚାୟତ ରୁ ଗାଁ ପର୍ଯ୍ୟନ୍ତ ଘରକୁ ଘର ବୁଲି ଅଙ୍ଗନବାଡି , ଆଶା କର୍ମୀମାନେ ଲୋକଙ୍କୁ ଡାଇରିଆ ନିରାକରଣ ନିମନ୍ତେ ଆବଶ୍ୟକ ସତର୍କତା ଓ ସଚେତନତାର ବାର୍ତା ଦେବାପାଇଁ ଏବଂ ବି.ଡି.ଓ., ତହସିଲଦାର ଏହାର ତଦାରଖ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟ ସଚେତନତା ଡାଇରିଆ ନିରାକରଣ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା, ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ଦୋକାନ,ବଜାର,ହୋଟେଲ ରେ ଉପଲବ୍ଧ ଖାଦ୍ୟର ଗୁଣବତା ରେଗୁଲାର ଚେକ କରିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ହଷ୍ଟେଲ ପରିବେଶ ସଫାସୁତୁରା ରଖିବା, ଛାତ୍ରଛାତ୍ରୀଙ୍କୁ ଡାଇରିଆ ନିରାକରଣ ନିମନ୍ତେ ସଚେତନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ପ୍ରୋବେଶନାରୀ ଆଇ.ଏ.ଏସ. ଅନିମେଷ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରାକେଶ କୁମାର ସାହୁ,ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଆଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବି.ଡି.ଓ., ତହସିଲଦାର ଏହି ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande