ଜୟପୁର, ୨୦ ଜୁନ୍ (ହି.ସ.)- ଜୟପୁର ସହରରେ ବର୍ତ୍ତମାନ ପୁଣି ଥରେ ବାଇକ ଲୁଟେରାଙ୍କ ରାଜ ଆରମ୍ଭ ହେବାରେ ଲାଗିଲାଣି। ନିଛାଟିଆ ରାସ୍ତା ଓ ଗଳି କନ୍ଦି ଦେଖି ଲୁଟେରା ମାନେ ଲୁଟିବାକୁ ଉଦ୍ୟମ କରୁଛନ୍ତି। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଟିଉସନ ଯାଉଥିବା ବେଳେ ଲୁଟେରା ମାନେ ଛପି ରହିଥାନ୍ତି ଏବ˚ ସୁଯୋଗ ଦେଖି ସେମାନେ ପିନ୍ଧିଥିବା ଘଣ୍ଟା, ମୋବାଇଲ ଓ ଟଙ୍କା ଛଡାଇ ନେଇଥାନ୍ତି। ଗତକାଲି ସ୍ଥାନୀୟ ପାରାବେଡା ସ୍ଥିତ ସନ୍ତୋଷୀ ମା ନଗର ଅଞ୍ଚଳରେ ଏହିପରି ଘଟଣା ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟା ୭ଟା ସମୟରେ ୨ରୁ ୩ ଜଣ ଛାତ୍ର ଟିଉସନ ସାରି ଘରକୁ ଫେରୁଥିବା ସମୟରେ ହଠାତ ଏକ ବାଇକରେ ଦୁଇ ଜଣ ଆସି ଜଣେ ଛାତ୍ର ପିନ୍ଧିଥିବା ଘଣ୍ଟାକୁ ଛଡାଇବାକୁ ଉଦ୍ୟମ କରିଥିଲେ। ପିଲାଟି ଚିତ୍କାର କରିବା ସହ ନିଜକୁ ରକ୍ଷା କରି ଧାଇଁ ଚାଲିଯିବା ଫଳରେ ବାଇକରେ ଥିବା ଲୁଟେରା ମାନେ ମଧ୍ୟ ପଳାଇଯାଇଥିଲେ। ବାଇକରେ ଥିବା ଲୁଟେରା ମାନେ ନାବାଳକ ଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି