ସମ୍ବଲପୁର, ୨୦ ଜୁନ୍ (ହି.ସ.) ଡବଲ ଇଞ୍ଜିନ ସରକାରର
ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଗସ୍ତରେ ଅଛନ୍ତି ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବୌଦ୍ଧ ଜିଲ୍ଲା ପାଇଁ ପ୍ରଥମ ଥର ପାଇଁ ନୂଆ ରେଲ ସେବା ଏବଂ ରାଜଧାନୀ ଅଞ୍ଚଳରେ ଶତ ଇଲେକ୍ଟ୍ରିକ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଯାହା ବୌଦ୍ଧ ଜିଲ୍ଲା ପାଇଁ ଐତିହାସିକ ଦିନ ଥିଲା। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଖିଣ୍ଡା ଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ସୁରେନ୍ଦ୍ର ସାଏ ପରିଚାଳନା କମିଟିର ସଭାପତି ତଥା ସୁରେନ୍ଦ୍ର ସାଏଙ୍କ ବଂଶଜ ବିରେନ୍ଦ୍ର ସାଏ, ସମ୍ପାଦକ ହେମନ୍ତ ରାଉତ, ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର, ଖିଣ୍ଡା ପଞ୍ଚାୟତ ସମିତି ସଦସ୍ଯା ଅନୀତା ସିଂହ, ସୁଧିର ଗୁପ୍ତା, ନବୀନ ପ୍ରଧାନ, ମନବୋଧ ବିଶ୍ଵାଳ, ସୁନିଲ ଦାସ, ଡୁଲା କାନ୍ତ ବୁଧିଆ,ଫକିର ବୁଧିଆ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ସମସ୍ତ ଜନସାଧାରଣ ମାନେ ଭୁବନେଶ୍ବର ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ। ରେଙ୍ଗାଲି ବ୍ଲକ ଖିଣ୍ଡା ସ୍ଥିତ ଖିଣ୍ଡା ଆଦର୍ଶ ବିଦ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ