ଯୋଗ ପରିବାର ସମ୍ବଲପୁର ପକ୍ଷରୁ ଯୋଗ ସଚେତନତା : ଯୋଗରୁ ଦିନ ଆରମ୍ଭ ହେଲେ ଶରୀର ଓ ମନ ନିରୋଗ ରହିବ
ସମ୍ବଲପୁର, ୨୦ ଜୁନ୍ (ହି.ସ.)- ସମ୍ବଲପୁର କମିଶନର କଲୋନୀ ପଡିଆ ଠାରେ ଶୁକ୍ରବାର ସମ୍ବଲପୁର ଯୋଗ ପରିବାର ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋଗଗୁରୁ ଟିକେଲାଲ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗର ମହତ୍ତ
ଯୋଗରୁ ଦିନ ଆରମ୍ଭ ହେଲେ ଶରୀର ଓ ମନ ନିରୋଗ ହେବ


ଯୋଗରୁ ଦିନ ଆରମ୍ଭ ହେଲେ ଶରୀର ଓ ମନ ନିରୋଗ ହେବ


ଯୋଗରୁ ଦିନ ଆରମ୍ଭ ହେଲେ ଶରୀର ଓ ମନ ନିରୋଗ ହେବ


ସମ୍ବଲପୁର, ୨୦ ଜୁନ୍ (ହି.ସ.)-

ସମ୍ବଲପୁର କମିଶନର କଲୋନୀ ପଡିଆ ଠାରେ ଶୁକ୍ରବାର ସମ୍ବଲପୁର ଯୋଗ ପରିବାର ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋଗଗୁରୁ ଟିକେଲାଲ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗର ମହତ୍ତ୍ବ ଉପରେ ଆଲୋଚନା କରାଯାଇଥିଲା । ଭାରତର ମୁନି ଋଷି ମାନେ ଦୀର୍ଘ ବର୍ଷ ଧରି ମଣିଷର ଶରୀର ଏବଂ ମନକୁ ନେଇ ଅଧ୍ୟୟନ କରିବା ପରେ ଯୋଗ ଏବଂ ପ୍ରାଣାୟାମକୁ ସୁସ୍ଥ ଜୀବନର ଆଧାର ଭାବେ ସମସ୍ତଙ୍କୁ ଶିକ୍ଷା ଦେଇଥିବା ଗୁରୁ ଟିକେଲାଲ କହିଥିଲେ । ପ୍ରତିଦିନ ନିଜର ଶରୀର ଏବଂ ମନ ପାଇଁ ଗୋଟିଏ ଘଣ୍ଟା ଦେଲେ ସାରା ଜୀବନ ନିରୋଗ ରହିବା ସହ ପ୍ରଫୁଲ୍ଲିତ ହୋଇ କାମ କରିପାରିବା ବୋଲି ସେ କହିଥିଲେ । ଏହି ଅବସରରେ ଯୋଗ ଦ୍ୱାରା ଲାଭବାନ ହୋଇପାରିଥିବା ସ୍ବରୁପ ପାତ୍ର ନିଜର ଅନୁଭତି ବିଷୟରେ କହିଥିଲେ । ପକ୍ଷାଘାତ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇ ଶାରୀରିକ ଏବଂ ମାନସିକ ଭାବେ କଷ୍ଟ ପାଉଥିବା ବେଳେ ସେ କିଛି ମାସ ପୂର୍ବରୁ ସମ୍ବଲପୁର ଯୋଗ ପରିବାରରେ ନିଶୁଲ୍କ ଯୋଗଶିକ୍ଷା ଦିଆଯାଉଥିବା ବିଷୟରେ ଜାଣି ସାମିଲ ହୋଇଥିଲେ । ମାତ୍ର କିଛି ମାସର ଯୋଗ ସାଧନା ପରେ ସେ ଅନେକ କିଛି ଲାଭବାନ ହୋଇ ପାରିଥିବା କହିଥିଲେ । ଏହି ଅବସରରେ ଯୋଗ ଗୁରୁଙ୍କୁ ଅନେକ ସଦସ୍ୟ ନିଜର ଶାରୀରିକ ସମସ୍ୟା ବିଷୟରେ ପଚାରି ତାର ସମାଧାନର ବାଟ ବୁଝିଥିଲେ । ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଯୋଗର ମହତ୍ତ୍ବ ବିଷୟରେ ସମସ୍ତେ ଅବଗତ ହେବା ଉଚିତ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

ଶଶିକାନ୍ତ ଜେନାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ ଏବଂ ଯୋଗରୁ ଦିନର ଆରମ୍ଭ କରିବାକୁ ସଚେତନ କରାଯାଇଥିଲା । ଏହାପରେ ଯୋଗ ପ୍ରଶିକ୍ଷିକ ଟିକେଲାଲ ଭୋଇ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ବିରଞ୍ଚି ନାରାୟଣ ନାୟକ, କ୍ଷିତୀଶ କୁମାର ବିଶ୍ୱାଳ, ଉଦୀପ୍ତ ତ୍ରିପାଠୀ, ନରେନ୍ଦ୍ର ପଟେଲ, ହରିହର ପ୍ରସାଦ ମିଶ୍ର, ଅଶୋକ ସାହୁ, ବିଜୟ ବର୍ମା, ଭବାନୀଶ ଭୋଇ, ଉଗ୍ରସେନ ପୋଢ଼ ପ୍ରମୁଖ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande