ଭୁବନେଶ୍ୱର, 20 ଜୁନ୍ (ହି.ସ.)- ଆଜି ହେଉଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଏହି
ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଭାରତର ସସମ୍ମାନୀୟ ରାଷ୍ଟ୍ରପତି
ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ।
ଓଡ଼ିଶାର ଗର୍ବ ଏହି ଝିଅ, ଦୃଢତା ଓ ନିଷ୍ଠାର ପ୍ରତୀକ। ମୟୁରଭଞ୍ଜରୁ
ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।
ଜନଜାତି କଳ୍ୟାଣ, ନାରୀ ସଶକ୍ତିକରଣ ଏବଂ ସମାବେଶୀୟ ବିକାଶ
ପ୍ରତି ତାଙ୍କର ପ୍ରତିବଦ୍ଧତା ଭାରତର ସତ୍ୟ ସ୍ୱରୂପକୁ ପ୍ରତିବିମ୍ବିତ କରେ। ତାଙ୍କର ଉତମ ସ୍ୱାସ୍ଥ୍ୟ,
ସୁଖ-ସମୃଦ୍ଧି
କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା