ଭୁବନେଶ୍ୱର, 20 ଜୁନ୍ (ହି.ସ.)
- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି
ସିଂହଦେଓ କହିଛନ୍ତି ଯେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ
ତାଙ୍କ ଜନ୍ମଦିନରେ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଓଡ଼ିଶାର ଗାଁ ରୁ ଗଣତନ୍ତ୍ରର
ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ତାଙ୍କର ଅସାଧାରଣ ଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା
ଅଟେ। ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ
ରଖନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା