ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ମିଳିତ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର
ପୁରୀ, ୨୦ ଜୁନ୍ (ହି.ସ.)- ଷ୍ଟେଟ ବ୍ୟାଙ୍କର ୭୦ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ ଓ ପୁରୀ ଜିଲ୍ଲା ସ୍ବେଛାସେବୀ ଅନୁଷ୍ଠାନ ଦ ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହ
ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ମିଳିତ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର


ପୁରୀ, ୨୦ ଜୁନ୍ (ହି.ସ.)- ଷ୍ଟେଟ ବ୍ୟାଙ୍କର ୭୦ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ ଓ ପୁରୀ ଜିଲ୍ଲା ସ୍ବେଛାସେବୀ ଅନୁଷ୍ଠାନ ଦ ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରକୁ ପୁରୀଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ରକ୍ତଦାତାଙ୍କୁ ଉତ୍ସାହିତ କରି କହିଲେ ରକ୍ତ ଦାନ ମହାପୂଣ୍ଯ । ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ । ରକ୍ତଦାନକୁ ଭୟ ନକରି ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥ ଭାବେ ଷ୍ଟେଟ ବ୍ୟାଙ୍କ୍ କ୍ଷେତ୍ରୀୟ ପ୍ରବନ୍ଧକ ଭରତ ଚରଣ ସାହୁ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜର ସହଭାଗିତା ରଖିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଷ୍ଟେଟ ବ୍ୟାଙ୍କ କେବଳ ଗ୍ରାହକ ସେବା କ୍ଷେତ୍ରରେ ନୁହଁ ବରଂ ସାମାଜିକ କାର୍ଯ୍ୟ ଭାଗିଦାରିତାରେ ଏହି ୭୦ ବର୍ଷ ମଧ୍ୟରେ ସ୍ଵତନ୍ତ୍ର ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଥିଲେ ।

ଏହି ଅବସରରେ ଷ୍ଟେଟ ବ୍ୟାଙ୍କ୍ ର ମୁଖ୍ୟ ପ୍ରବନ୍ଧକ ହୃଷୀକେଶ ତ୍ରିପାଠୀ, ପୁରୀ ଆଞ୍ଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ପ୍ରବନ୍ଧକ ଜିତେନ୍ଦ୍ର ନାୟକ, ମୁଖ୍ୟ ପ୍ରବନ୍ଧକ କାଶୀନାଥ ଦାସ, ଉପ ପ୍ରବନ୍ଧକ ପ୍ରଶାସନ ପ୍ରତାପ କୁମାର ଜେନା, ପ୍ରବନ୍ଧକ ରାଜେଶ କୁମାର ସାହୁ ପ୍ରମୁଖ ସମସ୍ତ ରକ୍ତଦାତାଙ୍କୁ ଷ୍ଟେଟବ୍ୟାଙ୍କ ତରଫରୁ ଉପହାର ଓ ସାର୍ଟିଫିକଟେ ପ୍ରଦାନ କରିଥଲେ। ରକ୍ତଦାନ ଶିବିରକୁ ଷ୍ଟେଟ ବ୍ୟାଙ୍କର ବରିଷ୍ଟ ଅଧିକାରୀଙ୍କ ସହିତ ବେଲ୍ ସ୍ବେଛାସେବୀ ମାନେ ପରିଚାଳନା କରିଥିଲେ । ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande