ବଲାଙ୍ଗିର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅଵସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପୃଥ୍ବୀରାଜ ଇଂଡୋର ଷ୍ଟାଡିୟମଠାରେ ସାମୁହିକ ଯୋଗାଭ୍ୟାସ ଅନୁଷ୍ଠିତ କରାଯାଇଛି । ଏହି ଯୋଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର, ଅତିରିକ୍ତ ଜିଲ୍ଲାପ
ବଲାଙ୍ଗିର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ “ବିଶ୍ୱକୁ ଭାରତ ଦେଇଥିବା ଶ୍ରେଷ୍ଠ ଉପହାର ମଧ୍ୟରୁ ଯୋଗ ଅନ୍ୟତମ” “ଏକ ପୃଥିବୀ , ଏକ ସ୍ଵାସ୍ଥ୍ୟ” ପାଇଁ ଯୋଗ

ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅଵସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପୃଥ୍ବୀରାଜ ଇଂଡୋର ଷ୍ଟାଡିୟମଠାରେ ସାମୁହିକ ଯୋଗାଭ୍ୟାସ ଅନୁଷ୍ଠିତ କରାଯାଇଛି । ଏହି ଯୋଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା, ବଲାଙ୍ଗିର ବିଡିଓ ହୃଷୀକେଶ ଗଣ୍ଡ ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିଲେ । ସମଗ୍ର ବିଶ୍ୱରେ ଗୁରୁତ୍ୱ ବହନ କରୁଥିବା ଏହି ଦିବସର ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟାପକ ଆୟୋଜନ କରିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଖେଳାଳି, ସରକାରୀ/ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ମନ୍ତ୍ର ଉଚ୍ଚାରଣ ପରେ ପରେ ସ୍ବାମୀ ବିଜ୍ଞାନ ଚୈତନ୍ନ୍ୟା ନନ୍ଦ ସରସ୍ୱତୀ, ଶଶିକାନ୍ତ ରାଉତ, ଦିଲୀପ କୁମାର ପ୍ରଧାନ, ନିଲୁ ପ୍ରଧାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା। ପଦ୍ମାସନ, ତାଡାସନ, ଭୁଜଙ୍ଗାସନ, କପାଳ ଭାରତୀ ଓ ଶବାସନ ଭଳି ବିଭିନ୍ନ ଯୋଗାସନ କରାଯାଇ ସେ ସବୁର ଆମ ଶରୀର ପାଇଁ ଥିବା ଉପାଦେୟତା ବାବଦରେ ବୁଝାଇଥିଲେ । ପରିଶେଷରେ ଶପଥପାଠ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଅଧିକାରୀ ପରାଶର ବାଘ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଫିସର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande