ଭୁବନେଶ୍ୱର,୨୧ ଜୁନ (ହି.ସ)- ଆଜି ଦିନରେ ପୁରୀ ରେ କଣ ଘଟୁଛି ତାହା ବିଜେଡି ଜାଣିପାରୁନି। ବିଜେଡି ସରକାର ଜଗନ୍ନାଥ ମନ୍ଦିର ଓ ରତ୍ନ ଭଣ୍ଡାର ସହ ଅବହେଳା କରିଛନ୍ତି । ଆଜି ବିଜେପି ସରକାର ଆସିନଥିଲେ ବୋଧେ ଶ୍ରୀମନ୍ଦିରର ବିକାଶ ହୋଇନଥାନ୍ତା। ପୂର୍ବରୁ ମାନ୍ୟବର କୋର୍ଟ ବାରମ୍ବାର ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଜେଡି ସରକାର ଏହାକୁ ପାଳନ କରୁନଥିଲେ। ହେଲେ ବିଜେପି ସରକାରକୁ ଆସିବା ପରେ ତୁରନ୍ତ ଏହାକୁ ନେଇ କାର୍ଯ୍ୟ କରିଛି। ଲୋକଙ୍କୁ କଥା ଦେଇ କଥା ରଖିଛି ବିଜେପି ସରକାର ବୋଲି କହିଛନ୍ତି ବିଜେପି ଉପସଭାପତି ବିରଂଚି ତ୍ରିପାଠୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା