ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟଶାଖା ପରିସରରେ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର
ମାଲକାନଗିରି, ୨୧ ଜୁନ୍ (ହି.ସ.)- ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ତରଫରୁ ବ୍ୟାଙ୍କ ପରିସରରେ ଶନିବାର ଦିନ ଏକ ମେଗା ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଆଜିର ଏହି ମେଗା ସ୍ଵେଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦ
ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟଶାଖା ପରିସରରେ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର।


ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟଶାଖା ପରିସରରେ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର।


ମାଲକାନଗିରି, ୨୧ ଜୁନ୍ (ହି.ସ.)-

ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ତରଫରୁ ବ୍ୟାଙ୍କ ପରିସରରେ ଶନିବାର ଦିନ ଏକ ମେଗା ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଆଜିର ଏହି ମେଗା ସ୍ଵେଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ରୂପେ ସୁବାସ ଚନ୍ଦ୍ର ବେହେରା ଆଞ୍ଚଳିକ ପ୍ରବନ୍ଧକ ଜୟପୁର ଆଞ୍ଚଳିକ କାର୍ଯ୍ୟଳୟ ଯୋଗଦାନ କରି ରକ୍ତଦାନ ଶିବିରର ଆଭିମୁଖ୍ୟ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା ଦିବସରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବ୍ରଜବନ୍ଧୁ ଦାସ ଯୋଗଦାନ କରି ରକ୍ତଦାନର ଉପକାରିତା ଉପରେ କହିଥିଲେ l ଏହି ରକ୍ତଦାନ ଶିବିରରେ ସମ୍ମାନୀତ ଅତିଥି ଭାବେ ସୁନୀଲ କୁମାର ବେହେରା ଚତୁର୍ଥଏସଏସବିଏନ କମାଣ୍ଡଣ୍ଟ, ଡ଼ଃ. ଏମ. ଡି.ଅବିଦ ହୁସେନ ଡିପିଏଚଓ, ଡ଼ଃ. ସାଗର ଵାଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ, ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଯୁବ ରେଡକ୍ରସ ଆବାହକ, ସତ୍ୟପ୍ରିୟ ବିଶ୍ୱାଳ, ସଂରକ୍ଷିତ ନିରୀକ୍ଷକ ମାଲକାନଗିରି, ପ୍ରଶାନ୍ତ ବେହେରା ଜିଲ୍ଲା ସିପାହୀ ସଂଘ ସଭାପତି ଉପସ୍ଥିତ ରହି ରକ୍ତଦାତାକୁ ଉତ୍ସାହିତ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ରକ୍ତଦାତାଙ୍କୁ ପୁରସ୍କାର ସହ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ମାନ କରିଥିଲେ । ରକ୍ତ ନମୁନା ସଂଗ୍ରହ କରିବା ପାଇଁ ସୁଜାତା ରୟ, ତ୍ରିନାଥ ପଣ୍ଡା, ମୋହନ ଖେମୁଣ୍ଡୁଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ। ମୋଟ ଉପରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ବ୍ୟାଙ୍କ ର ଏହିଭଳି ରକ୍ତଦାନ ଶିବିର ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande