ସମ୍ବଲପୁର, ୨୧ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ NQAS ପୁରସ୍କାପ୍ରାପ୍ତ ଭୋଜପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଡ ଶରତ କୁମାର ଦେହୁରୀଙ୍କ ସଭାପତିତ୍ବ ରେ ଏହା ପାଳିତ ହୋଇଯାଇଛି। ଏହାଛଡା ଜମନକିରା ବ୍ଲକ ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଜମନକିରା, କେନାଢ଼ିପା, ବଞ୍ଜାରି, କୁଲୁଣ୍ଡି ଏବଂ ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଏହା ପାଳିତ ହୋଇଯାଇଛି। ଏହି ଅବସରରେ ଭୋଜପୁର ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସୀ ଅଫିସର ପ୍ରଦ୍ୟମ୍ନ କୁମାର ସେଠ୍, କ୍ଲାରା ତିର୍କୀ,ଯୋଗ ଗୁରୁ ସୁରେଶ୍ଵରୀ ଚାଣ୍ଡେଲ ଯୋଗଦାନ କରିଥିଲେ। ଡ ଦେହୁରୀ ଯୋଗ ର ଉପକାରିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଏହାଛଡା ସ୍ବାସ୍ଥ୍ୟ କେନ୍ଦ୍ର ର ଡିଇଓ ଶମ୍ଭୁନାଥ ସାହୁ, ଅନ୍ୟ ସ୍ଵାସ୍ଥ୍ୟ କର୍ମୀ ମୁକେଶ କୁମାର ସାହୁ, ଯଜ୍ଞସିନି ଦାସ, ତୃପ୍ତିରାନି ପଳେଇ,ସଞ୍ଜୁ ମଗର, ଧନଞ୍ଜୟ ନାୟକ, ଆଦିତ୍ୟ ମାଝୀ,ସାବିତ୍ରୀ ଜୟପୁରିଆ,ସୁରଜ୍ ଷଣ୍ଢ, ଧିରଜ ଷଣ୍ଢ , ଅନିଲ ମହାନନ୍ଦିଆ, ସୀମା ମହାନନ୍ଦିଆ ଓ ଅଞ୍ଚଳର ଆଶା କର୍ମୀ, ଏଏନଏମ ଦିଦି ମାନେ, ତଥା ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ