ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବ ଉଦ୍‌ଯାପିତ
ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବ ଉଦ୍‌ଯାପିତ
ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବ ଉଦ୍‌ଯାପିତ


ସମ୍ବଲପୁର, ୨୧ ଜୁନ୍ (ହି.ସ.)

ସମ୍ବଲପୁର ଜିଲ୍ଲାର ଧନକୌଡ଼ା ଠାରେ ଚାଲିଥିବା ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସ୍ବାଗତ ଦେଖାଯାଇଛି । ଏହି ସପ୍ତାହ ଦୀର୍ଘ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ (SHG) ମାନଙ୍କ ସମ୍ପୃକ୍ତିକୁ ଗୁରୁତ୍ୱ ମିଳିଛି। ଏହି ଅନନ୍ୟ ମହୋତ୍ସବ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପାଇଁ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିବା ନିମନ୍ତେ ଏକ ଭିନ୍ନ ମଞ୍ଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପରିପ୍ରକାଶ ଥିଲା । ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ମହିଳା ଉଦ୍ୟୋଗୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ, ଯେଉଁଠାରେ ଦର୍ଶକମାନେ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନର ଆନନ୍ଦ ନେଇଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦର୍ଶକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଏହି ମେଳାରେ ମୋଟ ୭୧ଟି ଷ୍ଟଲ୍ ଅଂଶଗ୍ରହଣ କରିଥିଲେ, ତନ୍ମଧ୍ୟରୁ ବିକାଶ ମେଳାରେ ୪୬ଟି ଷ୍ଟଲ ଓ, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବରେ ୨୫ଟି ଷ୍ଟଲ୍ ବ୍ୟବସ୍ଥା କରାଯାଇଥିଲା ।ବିକାଶ ମେଳାରେ ସ୍ୱୟଂସହାୟିକ ଗୋଷ୍ଠୀ ୩୦ଟି (SHG) ଅଂଶଗ୍ରହଣ କରିଥିଲେ । ବିକାଶ ମେଳାରେ ସମସ୍ତ ସରକାରୀ ବିଭାଗ ଦ୍ଵାରା ୨୦ ଟି ଷ୍ଟଲ ଲଗାଯାଇଥିଲା।ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମହୋତ୍ସବରେ ୨୬ଟି SHG ଅଂଶଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ ଶେଷ ଦିନ ଶେଷ ସୁଦ୍ଧା ପ୍ରାୟ ୧୪,୦୩,୩୨୨ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି, ଯେଉଁଥିରୁ ବିକାଶ ମେଳାରେ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ (SHG) ମାନଙ୍କ ଦ୍ଵାରା ୯,୧୮,୧୯୫ ଟଙ୍କା ଏବଂ ପାରମ୍ପରିକ ଖାଦ୍ୟ ମହୋତ୍ସବରେ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ (SHG) ମାନଙ୍କ ଦ୍ଵାରା ୪,୮୫,୧୨୭ ଟଙ୍କାର ବ୍ୟବସାୟ ହୋଇଛି। ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି। ଖାଦ୍ୟ ମହୋତ୍ସବ ମାଧ୍ୟମରେ ଏକଦିଗରେ ଓଡ଼ିଶାର ପାରମ୍ପରିକ ରୁଚିରା ବ୍ୟଞ୍ଜନ ପ୍ରଚାର ପ୍ରସାର ହେଉଥିବା ବେଳେ ହେଉଛି, ଅନ୍ୟଦିଗରେ ମହିଳା ଗୋଷ୍ଠୀମାନଙ୍କ ପାଇଁ ଆୟର ନୂଆ ଅବସର ତିଆରି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande