ବିଶ୍ୱ ଯୋଗ ଦିବସ ପାଳିତ ଓ ବୃକ୍ଷ ରୋପଣ
ଭୁବନ, ୨୧ ଜୁନ୍ (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଓ ପଂଚାୟତ ସମିତି ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବିଡ଼ିଓ ଆୟୁସି ମହାପାତ୍ର, ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ,କାଉନସିଲର ପପୁ କୁମାର
ବିଶ୍ୱ ଯୋଗ ଦିବସ ପାଳିତ ଓ ବୃକ୍ଷ ରୋପଣ


ଭୁବନ, ୨୧ ଜୁନ୍ (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଓ ପଂଚାୟତ ସମିତି ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବିଡ଼ିଓ ଆୟୁସି ମହାପାତ୍ର, ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ,କାଉନସିଲର ପପୁ କୁମାର ସାହୁ, ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ, ପ୍ରାଣକୃଷ ଓଝା,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ, ଇନଡୋର ଷ୍ଟାଡିୟମ୍ ଇନଚାର୍ଜ ବିକାଶ କୁମାର ସାହୁ ଙ୍କ ସମେତ ଏନ୍ ଏ ସି ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ନିୟମିତ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ୱାରା ବୋଧ ଶକ୍ତି ଓ ଆତ୍ମ ଜ୍ଞାନ ଉଦୟ ହୋଇଥାଏ । ଦେହ ଓ ମନ ସୁସ୍ଥ ରହିବା ସହିତ ରୋଗ ପ୍ରତିଷେଧକ ବୃଦ୍ଧି ପାଇଥାଏ । ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ ଅଭ୍ୟାସ ଓ ପ୍ରାଣାୟାମ କରିବାକୁ ଶପଥ ଗ୍ରହଣ କରିଥିଲେ। ପରେ ଷ୍ଟାଡିୟମ୍ ପରିସରରେ ୧୫୦ ଏବଂ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ଉପସ୍ଥିତିରେ ୧୫୦ ବୃକ୍ଷ ରୋପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande