ସୋନପୁର ଷ୍ଟେଟ ବ୍ୟାଙ୍କ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, ୨୧ ଜୁନ୍‌(ହି.ସ.) – ସୋନପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ସିଡ଼ିଏମପିଏଚଓ ଡ଼ା ଦୁର୍ଗା ଦତ ଦାଶ, ଡେପୁଟି କମିଶନର ଅଫ ଜିଏସଟି ଶ୍ରୀ ବିକାଶ ମହାନ୍ତି ଶୁଭ ଉଦ୍ଘାଟନ କରି ରକ୍ତଦାତାଙ୍କୁ ମାନପତ୍ର ପ
ସୋନପୁର ଷ୍ଟେଟ ବ୍ୟାଙ୍କ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ


ସୋନପୁର ଷ୍ଟେଟ ବ୍ୟାଙ୍କ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ


ସୁବର୍ଣ୍ଣପୁର, ୨୧ ଜୁନ୍‌(ହି.ସ.) – ସୋନପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ସିଡ଼ିଏମପିଏଚଓ ଡ଼ା ଦୁର୍ଗା ଦତ ଦାଶ, ଡେପୁଟି କମିଶନର ଅଫ ଜିଏସଟି ଶ୍ରୀ ବିକାଶ ମହାନ୍ତି ଶୁଭ ଉଦ୍ଘାଟନ କରି ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଥିଲେ। ଓ ଗ୍ରାହକ ସେବା ସହ ବ୍ୟାଙ୍କର ଏ ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ କ୍ଷ ସମ୍ମାନିତ ଅତିଥି ଭାବରେ ଷ୍ଟେଟ୍ ବ୍ୟାଙ୍କ ସୋନପୁର ସର୍କିଲ ଏଲଡିଏମ୍ କାର୍ତିକେଶ୍ୱର ପଣ୍ଡା, ବ୍ୟାଙ୍କ ଚିଫ ମ୍ୟାନେଜର ଲକ୍ଷ୍ମଣ କୁମାର ମାଝୀ ଯୋଗ ଦେଇ ଅତିଥି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରକ୍ତଦାତାଙ୍କୁ ଉତ୍ସାହିତ କରି ମିଡିଆ, ବୁଦ୍ଧିଜୀବି, ରକ୍ତଦାତା , ସମାଜସ୍ୱେୀ, ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ୍ ପଣ୍ଡା ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗ ପାଇଁ ସାଧୁବାଦ୍ ଜଣାଇ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande