ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର୍‌ବି ଓ ବଲାଙ୍ଗୀର ପକ୍ଷରୁ ରକ୍ତଦାନ ଶିବିର
ବଲାଙ୍ଗୀର, ୨୧ ଜୁନ୍‌(ହି.ସ.) – ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର୍ ବି ଓ ବଲାଙ୍ଗୀର ପକ୍ଷରୁ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୧ ତାରିଖରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ବିଆଇଆର୍‌ବି ଓ ବଲାଙ୍ଗୀର ଆର୍‌ଏମ୍ ପ୍ରଦ୍ୟୁମ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର୍ ବି ଓ ବଲାଙ୍ଗୀର ପକ୍ଷରୁ  ରକ୍ତଦାନ ଶିବିର


ବଲାଙ୍ଗୀର, ୨୧ ଜୁନ୍‌(ହି.ସ.) – ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର୍ ବି ଓ ବଲାଙ୍ଗୀର ପକ୍ଷରୁ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୧ ତାରିଖରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ବିଆଇଆର୍‌ବି ଓ ବଲାଙ୍ଗୀର ଆର୍‌ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ ଘାଟନୀ କର୍ଯ୍ୟକ୍ରମରେ ବଲାଙ୍ଗୀର ଡିଆର୍‌ଡିଏର ଏପିଡି ତରଣୀ ସୁନା ଓ ବଲାଙ୍ଗୀର ଏସ୍‌ବିଆଇର ମାନବସମ୍ବଳ ପରିଚାଳକ ରାମ ପ୍ରସାଦ ପଟ୍ଟନାୟକ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଥିଲେ। ଏହି ଶିବିରରେ ଆର୍‌ବି ଓ ବଲାଙ୍ଗୀର ଅଧିନସ୍ତ ଶାଖାରୁ ବହୁ ସଂଖ୍ୟାରେ କର୍ମଚାରୀ ଆସି ଆଗ୍ରହର ସହକାରେ ରକ୍ତଦାନ କରିଥିଲେ। ଏହି ଶିବିରରେ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବଲାଙ୍ଗୀର ରକ୍ତଭଣ୍ଡାରର ଏମ୍ ଓ ଅଶୋକ କୁମାର ମିଶ୍ର ଓ କାଉନଶିଲର୍ ଶେଖ ଅବଦୁଲ ଅସରଫ ଏହି ଶିବିରକୁ ପରିଚାଳନା କରିଥିଲେ। ଏସ୍‌ବିଆଇ ସ୍ଟାଫ୍ ଏସୋସିଏସନ୍‌ରୁ ରୋହିତ କୁମାର ଶତପଥୀ, ରୂପେଶ ଦଳେଇ, ରାଜେଶ ଦାସ, ବଂଶୀଧର ନାଏକ, ଦେବବ୍ରତ ପତି, ସୁରେଶ ସେଠ, ଆନନ୍ଦ ମିଶ୍ର, ରଂଜୀତ ଡୋଗ୍ରା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସ୍ୱେଚ୍ଛାକ୍ରୁତ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ôଧତ କରାଯାଇ ଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande