Bhubaneswar, 21 ଜୁନ୍ (ହି.ସ.)
• ମିହିରଙ୍କ ସ୍ଥାନରେ ରାମଚନ୍ଦ୍ର ହେଲେ ଶିକ୍ଷା ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ
• ନିଗମ ପ୍ରତିଷ୍ଠାନ ଅଧ୍ୟକ୍ଷ ଥିଲେ କୁମାରେନ୍ଦ୍ର ହେଲେ ଦୀପକ
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଟାକ୍ସେସନ, ଫାଇନାନ୍ସ ଆଣ଼୍ଡ ଆକାଉଣ୍ଟସ୍ ଷ୍ଟାଣ୍ଡିଂ କମିଟି, ପବ୍ଲିକ ହେଲ୍ଥ, ଇଲେକ୍ଟ୍ରିସିଟି, ଓ୍ୱାଟର ସପ୍ଲାଇ, ଡ୍ରେନେଜ୍ ଆଣ୍ଡ୍ ଏନଭାଇରନମେଣ୍ଟ, ପବ୍ଲିକ ଓ୍ୱାର୍କସ୍, ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ, ଲାଇସେନ୍ସ ଆଣ୍ଡ ଅପିଲ୍ସ, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ, ଗ୍ରୀଭାନସେସ୍ ଆଣ୍ଡ୍ ସୋସିଆଲ ଜଷ୍ଟିସ, ସ୍ଲମ ସେଟଲମେଣ୍ଟ ଆଡିସନାଲ ଷ୍ଟାଣ୍ଡିଂ କମିଟି ଏବଂ ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ନିର୍ବାଚନରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରିଜାଡିଂ ଅଫିସର ଭାବେ କାର୍ଯ୍ୟ କରିଥିଲେ । ଏହି ନିର୍ବାଚନରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଡେପୁଟି କମିଶନର ଶ୍ରୀମତୀ କାଜଲ ପ୍ରଧାନ, ଶ୍ରୀ ଅଜୟ କୁମାର ମହାନ୍ତି ପ୍ରମୁଖ ସହାୟତା କରିଥିଲେ ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୂର୍ବାହ୍ନ 10.30 ମିନିଟ୍ ସମୟରେ ଟାକ୍ସେସନ, ଫାଇନାନ୍ସ ଆଣ଼୍ଡ ଆକାଉଣ୍ଟସ୍ ଷ୍ଟାଣ୍ଡିଂ କମିଟି, ପବ୍ଲିକ ହେଲଥ୍, ଇଲେକ୍ଟ୍ରିସିଟି, ଓ୍ୱାଟର ସପ୍ଲାଇ, ଡ୍ରେନେଜ୍ ଆଣ୍ଡ୍ ଏନଭାଇରନମେଣ୍ଟ, ପବ୍ଲିକ ଓ୍ୱାର୍କସ୍, ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ, ଲାଇସେନ୍ସ ଆଣ୍ଡ ଅପିଲ୍ସ, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ, ଗ୍ରୀଭାନସେସ୍ ଆଣ୍ଡ୍ ସୋସିଆଲ ଜଷ୍ଟିସ, ସ୍ଲମ ସେଟଲମେଣ୍ଟ ଆଡିସନାଲ ଷ୍ଟାଣ୍ଡିଂ କମିଟି ଏବଂ ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଗୁଡିକ ଯାଞ୍ଚ ପରେ କାଏମ ରହିଥିବା ପ୍ରାର୍ଥୀଙ୍କ ନାମ ମାନନୀୟା ମେୟର ଘୋଷଣା କରିଥିଲେ ।
• ଟାକ୍ସେସନ, ଫାଇନାନ୍ସ ଆଣ଼୍ଡ ଆକାଉଣ୍ଟସ୍ ଷ୍ଟାଣ୍ଡିଂ କମିଟି- ଶ୍ରୀ ରାଜ କିଶୋର ଦାସ
• ପବ୍ଲିକ ହେଲଥ, ଇଲେକ୍ଟ୍ରିସିଟି, ଓ୍ୱାଟର ସପ୍ଲାଇ, ଡ୍ରେନେଜ୍ ଆଣ୍ଡ୍ ଏନଭାଇରନମେଣ୍ଟ-
ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର
• ପବ୍ଲିକ ଓ୍ୱାର୍କସ୍-ଶ୍ରୀ ଶ୍ରୀଧର ବେହେରା
• ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ-ଶ୍ରୀ ଶ୍ରୀଧର ଜେନା
• ଲାଇସେନ୍ସ ଆଣ୍ଡ ଅପିଲ୍ସ-ଶ୍ରୀ ପ୍ରେମାନନ୍ଦ ଜେନା
• କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ-ଶ୍ରୀ ଦୀପକ ମିଶ୍ର
• ଗ୍ରୀଭାନସେସ୍ ଆଣ୍ଡ୍ ସୋସିଆଲ ଜଷ୍ଟିସ୍-ଶ୍ରୀମତୀ ବିନୟିନୀ ଜେନା
• ସ୍ଲମ ସେଟଲମେଣ୍ଟ ଆଡିସନାଲ ଷ୍ଟାଣ୍ଡିଂ କମିଟି-ଶ୍ରୀମତୀ ମହାମାୟା ସ୍ୱାଇଁ
• ଏବଂ ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ଶ୍ରୀ ରାମଚନ୍ଦ୍ର ରଣସିଂହ ଓ ସୁଶ୍ରୀ ମୋନାଲିସା ବେହେରା ଦୁଇ ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନ୍ୟ ସମସ୍ତ ପଦବୀରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।
ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନିର୍ଦ୍ଧାରିତ ସମୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟିର 7 ଜଣ ସଦସ୍ୟ ସଦସ୍ୟା ମତଦାନ କରିଥିଲେ । 12.45 ମିନିଟରେ ପ୍ରିଜାଡିଂ ଅଫିସରଙ୍କ ସମେତ ଉଭୟ ପ୍ରାର୍ଥୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜଉମୁଦ ଦିଆ ବାଲଟ୍ ବକ୍ସ ଖୋଲାଯାଇଥିଲା । ସେମାନଙ୍କ ଉପସ୍ଥିତିରେ ମଧ୍ୟ ଭୋଟ ଗଣତି କରାଯାଇଥିଲା । ଗଣତି ପରେ ମାନନୀୟା ମେୟର ଶ୍ରୀ ରାମଚନ୍ଦ୍ର ରଣସିଂହଙ୍କୁ ବିଜୟୀ ବୋଲି ଘୋଷଣା କରିଥିଲେ । 7ଟି ଭୋଟରୁ ସୁଶ୍ରୀ ମୋନାଲିସା ବେହେରାଙ୍କ ସପକ୍ଷରେ 3ଟି ଭୋଟ ଯାଇଥିବା ବେଳେ ଶ୍ରୀ ରାମଚନ୍ଦ୍ର ରଣସିଂହଙ୍କ ସପକ୍ଷରେ 4ଟି ଭୋଟ ପଡିଥିଲା। ପୂର୍ବରୁ ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମିହିର କୁମାର ରାଉତ ଥିଲେ ।
ସେହିପରି କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ ଅଧ୍ୟକ୍ଷ ଭାବେ ପୂର୍ବରୁ ଶ୍ରୀ କୁମାରେନ୍ଦ୍ର ମହାପାତ୍ର ଥିବା ବେଳେ ଏଥର ସେ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ତାଙ୍କ ସ୍ଥାନରେ ଶ୍ରୀ ଦୀପକ ମିଶ୍ର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।
ନବ ନିର୍ବାଚିତ ଷ୍ଟାଣ୍ଡିଂ କମଟି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାନନୀୟା ମେୟର ଶ୍ରୀମତୀ ଦାସ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ବିଏମ୍ ସିର ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସାହର ସହ କାମ କରିବୁ ବୋଲି କହିଛନ୍ତି ନବ ନିର୍ବାଚିତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା