ଜୟପୁର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଜୟପୁର, ୨୧ ଜୁନ୍ (ହି.ସ.) - ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ବିଦ୍ୟାଳୟ ଓ ଜୁନିଅର ରେଡକ୍ରସ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ
ଜୟପୁର ଆନ୍ତର୍ଜାତୀୟ  ଯୋଗ ଦିବସ ପାଳିତ


ଜୟପୁର, ୨୧ ଜୁନ୍ (ହି.ସ.) - ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ବିଦ୍ୟାଳୟ ଓ ଜୁନିଅର ରେଡକ୍ରସ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦନ ନାୟକ , ସମ୍ମାନିତ ଅତିଥି ଭାବରେ ସେବା ନିବୃତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ, ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗର ବିଶେଷତ୍ୱ ଓ ଯୋଗ ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ପି. ରଜେଶ୍ୱରୀ। ଏହାପରେ ଜୁନିଅର୍ ରେଡକ୍ରସ୍ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ, ପରାମର୍ଶ ଦାତା ହିତକର ଚରତିଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅତିଥି ଯୋଗାଭ୍ୟାସ କରିଥିଲେ। ପ୍ରାଣାୟାମ ସହିତ ତାଡ଼ାସନ, ବୃକ୍ଷାସନ, ତ୍ରିକୋଣାସନ ଆଦି ଅଭ୍ୟାସ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ଶିକ୍ଷକ ଦେବେନ୍ଦ୍ର କୁମାର ପାଢ଼ୀ, ଦୀପକ ସାହୁ, ତନଭିର ମହମ୍ମଦ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ନିର୍ମଳ ତେଣ୍ଡକା,ଶିକ୍ଷୟତ୍ରୀ ପ୍ରଭାତୀ ପାଣିଗ୍ରାହୀ, କେ.ପ୍ରମିଳା, ବନିତା ଶତପଥୀ, ସାଗରିକା ପାତ୍ର, ରଶ୍ମିତା ନାହାକ,ରଶ୍ମି ପ୍ରଭା ଭଞ୍ଜ, ସସ୍ମିତା ଜେନା, ନମିତା ବରାଳ, ସୁଧା ପଟ୍ଟନାୟକ, ସୁବର୍ଣ୍ଣ ଖିଲ, ସନ୍ତୋଷୀ ପଣ୍ଡା, ପାପିତା ପ୍ରଧାନ, ଅଦ୍ୟାଶକ୍ତି ପଣ୍ଡା,ବାଲଗୋପାଲ ମିଶ୍ର,ଏସ ନାଗେଶ ଓ ରଜନୀକାନ୍ତ ଘଡେଇ ଶେଷରେ ଶିକ୍ଷକ ବିଶ୍ୱରଂଜନ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande