କୋରେଇ, ୨୧ ଜୁନ୍ (ହି.ସ.) - ବୈତରଣୀ ନଦୀରୁ ପ୍ରତିଦିନ ହଜାର ହଜାର ଟ୍ରିପ ଚୋରା ବାଲି ହାଇୱା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ରାଜ୍ୟ ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇଛନ୍ତି। ତେବେ ଯାଜପୁର ଜିଲ୍ଲା ଖଣି ଉପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜୁନିୟର ଖଣି ଅଧିକାରୀ ଦିପ୍ତୀ ସୁନ୍ଦର ସେଠୀ ପାଣିକୋଇଲିରେ ଚଢାଉ କରି ଦୁଇ ଚୋରା ବାଲି ବୋଝେଇ ହାଇୱାକୁ ଜବତ କରିଥିଲେ। ଜବତ ବାଲି ଗାଡି ବେଆଇନ ଭାବେ ଚାଲାଣ ହେଉଥିବାରୁ ଖଣି ବିଭାଗ ଏନେଇ ମାମଲା କରିବାକୁ ଥାନାରେ ଦେଇଥିଲେ । ଏନେଇ ମାମାଲା ୧୭୨/୨୫ ରେ ଚାଳକ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ଥାନା ବନ୍ଦାଳୋ ଗ୍ରାମର କାର୍ତିକେଶ୍ୱର ସ୍ୱାଇଁ (୨୧) ଓ ଅନ୍ୟ ମାମଲା ୧୭୬/୨୫ରେ ଚାଳକ ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ବଜରପଡା ଗ୍ରାମର ସୌମ୍ୟ କବି (୨୪)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ