ଚମ୍ପୁଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚମ୍ପୁଆ, ୨୧ ଜୁନ୍ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚମ୍ପୁଆ ଖଣ୍ଡ ପ୍ରଭାତ ଶାଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ଖଣ୍ଡ ଚାଳକ ଚତୁର୍ଭୁଜ ପ୍ରଧାନ, କାର୍ଯ୍ୟବାହ ଦୁଷ୍ମନ୍ତ କୁମାର
ଚମ୍ପୁଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଚମ୍ପୁଆ, ୨୧ ଜୁନ୍ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚମ୍ପୁଆ ଖଣ୍ଡ ପ୍ରଭାତ ଶାଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ଖଣ୍ଡ ଚାଳକ ଚତୁର୍ଭୁଜ ପ୍ରଧାନ, କାର୍ଯ୍ୟବାହ ଦୁଷ୍ମନ୍ତ କୁମାର ମହାନ୍ତ, ଗଙ୍ଗାଧର କର, ପଙ୍କଜ କୁମାର କର, ଧରଣୀଧର ଦାସ, ମହୀରାମ ମହାନ୍ତ, ରାଜେଶ ରାମ, ଅମିତାଭ ପ୍ରଧାନ, ମନୋଜ ସାହୁ, ତରଣୀ ସେନ ମହାନ୍ତ ଓ ଅନ୍ୟମାନେ ଯୋଗଦାନ କରି ଯୋଗ ଅଭ୍ୟାସ କରିଥିଲେ। ସେହିପରି ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବୌଦ୍ଧିକ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାଆ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌.ସି.ସି. ଶିକ୍ଷକ ବସନ୍ତ କୁମାର ମହାନ୍ତ, କ୍ରୀଡା ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତ, ଅନିରୁଦ୍ଧ ନାଥ, ଭାସ୍କର ଚନ୍ଦ୍ର ମହାକୁଡ଼, ନିର୍ମଳ ଚନ୍ଦ୍ର ମହାନ୍ତ, ଉଗ୍ରସେନ ମହାନ୍ତ, ପ୍ରିୟଦର୍ଶିନୀ ଗିରି ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande