ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
କନ୍ଧମାଳ, ୨୧ ଜୁନ୍ (ହି.ସ.)- ଆଜି ସକାଳ ୬ଟା ୪୫ ସମୟରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ ସଙ୍ଗମ ଏବଂ ହରିତ୍ ଯୋଗ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଏନ୍ ସି ସି, ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେ
ଫୋଟ


କନ୍ଧମାଳ, ୨୧ ଜୁନ୍ (ହି.ସ.)- ଆଜି ସକାଳ ୬ଟା ୪୫ ସମୟରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ ସଙ୍ଗମ ଏବଂ ହରିତ୍ ଯୋଗ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଏନ୍ ସି ସି, ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେବା ଯୋଜନାର ସହଯୋଗରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଆର୍ଟ ଅଫ୍ ଲିଭିଂର ଯୋଗ ଶିକ୍ଷକ ଅବନୀ କୁମାର କହଁର ଆୟୁଷ ମନ୍ତ୍ରାଳୟଙ୍କ ଯୋଗ ବିଧି ଅନୁଯାୟୀ ଯୋଗ ଅଧିବେଶନ ପରିଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ସମ୍ପର୍କୀତ ମହତ୍ତ୍ୱ ଓ ଲାଭ ବିଷୟରେ ବ୍ୟାଖ୍ୟାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ବହୁଉତ୍ସାହର ସହିତ ସହଯୋଗ କରିଥିଲେ। ଶେଷରେ ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ଯୋଡ଼ିବାକୁ ଶପଥ ଗ୍ରହଣ କରିଥିଲେ।

ଆନ୍ତର୍ଜାତୀକ ଯୋଗ ଦିବସ ଉପଲକ୍ଷେ ଗତ ୨୦ ଜୁନ ୨୦୨୫ରେ ଅନଲାଇନ୍ ଜରିଆରେ ଏକ ପୋଷ୍ଟର ଡିଜାଇନ୍ ପ୍ରତିଯୋଗିତା, ପ୍ରଚାର ଅଭିଯାନର ଅଂଶ ରୂପେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ହରିତ୍ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଧାନ ତଥା ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

ଏନ୍ ସି ସି ଅଧିକାରୀ ମେଜର ସଞ୍ଜୀବ ବଳିଆରସିଂହ ଜାତୀୟ ସେବା ଯୋଜନାର ପ୍ରକଳ୍ପ ଅଧିକାରୀ ବିପିନ୍ କୁମାର ବେହେରା, ଯୁବ ରେଡକ୍ରସ ସଂଯୋଜିକା ଡ. ଅଭିପ୍ସା ବଳ ଏବଂ ଉଦ୍ଭିଦ ବିଜ୍ଞାନର ବରିଷ୍ଠ ପ୍ରଫେସର୍ ସୁକାନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସଞ୍ଚାଳନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande