ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ
କେନ୍ଦୁଝର, ୨୧ ଜୁନ୍ (ହି.ସ.)- ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସଂସ୍ଥାନ କେନ୍ଦୁଝର ୱାଇଆରସି, ଏନସିସି ଏବଂ ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ସହଯୋଗରେ ଏକ ବିଶାଳ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ,
International yoga day in dd university


କେନ୍ଦୁଝର, ୨୧ ଜୁନ୍ (ହି.ସ.)- ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସଂସ୍ଥାନ କେନ୍ଦୁଝର ୱାଇଆରସି, ଏନସିସି ଏବଂ ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ସହଯୋଗରେ ଏକ ବିଶାଳ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ , ୧୫୦ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟର ଶଶିକାନ୍ତ ଜେନା ଡଃ. ଶଶିକାନ୍ତ ଜେନା ଯୋଗ ଦେଇ ଥିଲେ । ସେ ଯୋଗର ମହତ୍ତ୍ଵ ଓ ସୁନ୍ଦର ସ୍ଵସ୍ଥ ଜୀବନ ପାଇଁ ଯୋଗ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡଃ. ଜ୍ୟୋତିର୍ମୟ ମହାପାତ୍ର ବିତ୍ତୀୟ ଅଧିକାରୀ ଧରଣୀଧର ବିଶ୍ଵବିଦ୍ୟାଳୟ ଓ କର୍ଣଲ ଜୟନ୍ତ ମୋହନ ଯୋଶୀ ୧୪ ବାଟାଲିୟନ ଅଧିକାରୀ ଯୋଗଦେଇ ଥିଲେ । ପତଞ୍ଜଳୀ ଯୋଗ ସଂସ୍ଥାନ ତରଫରୁ ମୁଖ୍ୟ ବକ୍ତା ଭାବରେ ଶ୍ରୀ ମାଗୁଣି ଚରଣ ବାରିକ ଜିଲ୍ଲା ପ୍ରଭାରୀ ପତଞ୍ଜଳୀ ଯୋଗ ସମିତି କେଉଁଝର ଓ ଡମ୍ବରୁଧର ମହାନ୍ତ ଜିଲ୍ଲା ପ୍ରଭାରୀ ଭାରତ ସ୍ୱାଭିମାନ କେନ୍ଦୁଝର ଶାଖା ବିଭିନ୍ନ ଯୋଗ ଓ ପ୍ରାଣାୟାମ ଛାତ୍ର ଛାତ୍ରୀ ମାନଙ୍କୁ ଶିଖାଇ ଥିଲେ ଏବଂ ଯୋଗର ମହତ୍ତ୍ଵ ବିଷୟରେ ଶିକ୍ଷଣୀୟ ତଥ୍ୟ ଦେଇ ଥିଲେ । ଏହି କାର୍ଯକ୍ରମକୁ ବିଶ୍ଵବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୋଜକ ଡଃ. ସରିତା ନାୟକ ସଭା ପରିଚାଳନା କରିଥିଲେ । ୱାଇଆରସି ର ଅଧ୍ୟାପକ ଶୁକଦେବ ତିରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ରାଷ୍ଟ୍ରୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରୀ ଦିନେଶ ମହାରଣା , ଏନସିସି ଅଧିକାରୀ ସଲମା କିସ୍କୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande