କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜସ୍ୱମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ତହସିଲଦାର ନିଯୁକ୍ତି ନେଇ ଜନଶକ୍ତି ପାଟି ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ ଦାଶଙ୍କ ନେତୃତ୍ୱରେ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତହସିଲ ଅନ୍ତର୍ଗତ ଜନ ସାଧାରଣଙ୍କ କାର୍ଯ୍ୟ ସଂପାଦନ ହେଉନଥିବା ଅଭିଯୋଗ କରିଥିଲେ । ଦୀଘ ୬ ମାସ ହେବ ତହସିଲିଦାର ନ ଥିବାହେତୁ ଜନସାଧାରଣ ନାହଁିଁ ନଥିବା ଅସୁବୁଧାର ସମ୍ମୁଖୀନ ହେଉଛନ୍ତି । ପେସନ, ଲିଗାହେୟାର ମକଦ୍ଦମୀର ବିଳମ୍ବ, ଜଳଜମିରୁ ଘରବାଡି ପଟା, ବେଆଇନ ଇଟା, ବାଲି ଉଠାଣ, ଘରର ମୁରବୀ ନଥିଲେ କ୍ରର୍ମଚାରୀଙ୍କ ମନମାନୀ, ଅସ୍ଥାଇ ତହସିଲଦାର ଅନ୍ୟବିଭାଗରେ କାର୍ଯ୍ୟରତ ଥାଇ ଯେତିକି ସମୟ ତଥା ଦେଇପାରୁ ନାହାନ୍ତି । କୋର୍ଟ କାର୍ଯ୍ୟ ଚାଲିପାରୁନାହିଁ କୋର୍ଟ ଫଇସିଲା ମାମଲା, ପଟ୍ଟା ଅସ୍ତାୟୀ ତହସିଲଦାରଙ୍କ କ୍ଷମତା ବାହାରେ ଥିବା ଦର୍ଶାଇଛନ୍ତି ଦାଶଙ୍କ ପତ୍ର ପ୍ରଦାନ କରିଥିଲେ । ଆଡ୍ଭୋକେଟ ମୋହନ ମହାନ୍ତି, ପ୍ରଦୀପ ନାୟକ, ଚୈତନ୍ୟ ମଲ୍ଲିକ, ରମେଶ ମଲ୍ଲିକ, ଶାନ୍ତନୁ ଦାଶ, ଦିଲିପ ମହାନ୍ତି,ସେକ ଅମିରୁଦ୍ଦିନ, ଶ୍ରୀଧର ମହାନ୍ତି, ଭିମସେନ ମହାନ୍ତି, ବାବୁଲି ପଣ୍ଡା, ମହାଦେବ ସେନା ଅଧ୍ୟକ୍ଷ ଧନେଶ୍ୱର ଦାସ, କଳ୍ପତରୁ ରାଉତ, ନୃସିଂହ ମଲ୍ଲିକ, ରତ୍ନାକର ଦାସ, ରବିନାରାୟଣ ଦାସ, ରଞ୍ଜନୟକ ଦାଶ, ପରମାନନ୍ଦ ସାହୁ, ସେକ ଖଲିଲ, ବସନ୍ତ ନାୟକ, ନାରାୟଣ ମଲ୍ଲିକ, ନରହରି ବଳ ପ୍ରମୁଖ ଉପସ୍ଥିତି ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି