ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଜୟପୁର, ୨୧ ଜୁନ୍ (ହି.ସ.) - ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁର ରେ ଯୋଗ ଦିବସ ପାଳିତ ହୋଇଛି। ଜୟପୁର ଜୟନଗର ପାର୍କ ଠାରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ସକାଳ ୭ଟାରେ ପାଳିତ ହୋଇଛି । ଜୟପୁର ପୌରପରିଷଦ ଓ ବ୍ଲକ ତରଫରୁ ଆୟୋଜିତ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ପତଞ୍ଜଳି ଯୋଗ ସମିତିର ସହାୟତାରେ ପା
ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁର ଆନ୍ତର୍ଜାତୀୟ  ଯୋଗ ଦିବସ ପାଳିତ


ଜୟପୁର, ୨୧ ଜୁନ୍ (ହି.ସ.) - ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁର ରେ ଯୋଗ ଦିବସ ପାଳିତ ହୋଇଛି। ଜୟପୁର ଜୟନଗର ପାର୍କ ଠାରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ସକାଳ ୭ଟାରେ ପାଳିତ ହୋଇଛି । ଜୟପୁର ପୌରପରିଷଦ ଓ ବ୍ଲକ ତରଫରୁ ଆୟୋଜିତ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ପତଞ୍ଜଳି ଯୋଗ ସମିତିର ସହାୟତାରେ ପାଳନ କରାଯାଇଛି । ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟକ୍ଷ ବି ସୁନିତା , ବିଡିଓ ଶକ୍ତି ମହାପାତ୍ର ଯୋଗ ଦେଇଥିବା ବେଳେ ସମିତିର ମଦନ ମୋହନ ନାୟକ, ଅମ୍ବିକା ପାଣିଗ୍ରାହୀ, ଜାନକି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ମାନେ ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସେହିପରି କୋରପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ବିିଶ୍ୱ ଯୋଗ ଦିବସ ପାଳିତ ହୋଇଛି। ବ୍ୟାଙ୍କର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସମେତ ବ୍ୟାଙ୍କର କର୍ମଚାରି ମାନେ ଯୋଗ କରି ଦିବସ ପାଳନ କରିଥିଲେ । ସେହିପରି ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ ପୌରହିତ୍ୟରେ ପାଳିତ ହୋଇଛି । ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମହାବିଦ୍ୟାଳୟର ଛାତ୍ରୀ ଅଧ୍ୟାପକ ଉପସ୍ଥିତ ରହି ଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande