ଭଦ୍ରକ, ୨୧ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଶୋହଡ଼ା ପଂଚାୟତ ର ଷଣ୍ଢପୁର ଗ୍ରାମ ର ରବୀନ୍ଦ୍ର ଜେନା ଙ୍କ ପୁଅ ଲିପୁନ ଜେନା( ୨୨) ଘର ପାଖରେ ଥିବା ଏକ କୁଅର ପାଚେରୀ ଉପରେ ବସିଥିବା ବେଳେ ହଠାତ ଲିପୁର ମୁଣ୍ଡ ଘୁରାଇ ଦେଇଥିଲେ ଫଳରେ ସେ କୂଅ ଭିତରେ ପଡି ଯାଇଥିଲା । ଏବଂ ଅଥଳ ଥଳ ପାଣି ରେ ବୁଡି ଯାଇଥିଲେ ।ଖବର ପାଇ ଧାମନଗର ଅଗ୍ନିସମ ବିଭାଗ ର ଅଧିକାରୀ ବିଶ୍ୱଜିତ ରାଉତ, ଅନ୍ୟ କର୍ମ ଚାରି ରାଜେନ୍ଦ୍ର ଦେଓ,ସଞ୍ଜୟ ମାଝୀ,ଜଗନ୍ନାଥ ସାହୁ, ଯୁନରାମ ମାରାଣ୍ଡି ଘଟଣା ସ୍ଥଳରେ ପହଂଚି ଅନେକ କୌଶଳ ଲଗାଇ ଲିପୁନୁ କୁ କୂଅ ଭିତରୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତର ଖାନା ପଠାଇ ଥିବା ବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଧାମନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ