କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ମାଲକାନଗିରି, ୨୧ ଜୁନ୍ (ହି.ସ.)- ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ମହା
କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ --


କୁଡୁମୁଲୁଗୁମ୍ମା ଯୁକ୍ତ ତିନି ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ


ମାଲକାନଗିରି, ୨୧ ଜୁନ୍ (ହି.ସ.)-

ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଯୋଗ ଶିକ୍ଷକ ବିବେକାନନ୍ଦ ଜେନା, ଯୋଗ ଶିକ୍ଷକ ଭଗବାନ ସାହୁ, ସମାଜସେବୀ ବାଳକୃଷ୍ଣ ପ୍ରଧାନ ଓ ଜ୍ୟୋତି ରଞ୍ଜନ ବେହେରାଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ପ୍ରଥମେ ୟୋଗିକ ଜଗିଙ୍ଗ, ବ୍ୟାୟାମ, ସୂକ୍ଷ୍ମ ଅଙ୍ଗଚାଳନା, ସୂର୍ଯ୍ୟ ନମସ୍କାର, ବିଭିନ୍ନ ପ୍ରକାରର ଆସନ ଓ ପ୍ରାଣାୟାମ ମାନ କରିଥିଲେ ।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଜୀବନ ପଦ୍ଧତିରେ ଯୋଗର ଆବଶ୍ୟକତା, ମହନୀୟତା ଓ ଏହାର ବୈଶିଷ୍ଟ୍ୟତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ, ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଯଦି ମନ ଓ ଶରୀରର ଉଚିତ ସନ୍ତୁଳନ ଚାହୁଁଛନ୍ତି ଓ ବିଭିନ୍ନ ଦୁରାରୋଗ୍ୟରୁ ବର୍ତ୍ତିବାକୁ ହେଲେ ଯୋଗ ସାଧନାକୁ ହିଁ ନିଜ ଜୀବନର ଏକ ଅଂଶବିଶେଷ ଭାବେ ଗ୍ରହଣ କରିବାକୁ ପଡ଼ିବ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପାଖାପାଖି ୫୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅ°ଶଗ୍ରହଣ କରି ପ୍ରତ୍ୟେକ୍ଷ ଯୋଗ ଶିକ୍ଷା ନେଇଥିଲେ । ଶେଷରେ ମହାବିଦ୍ୟାଳୟ ଅଧ୍ୟାପକ ବିଶ୍ୱଜିତ ମହାନ୍ତି, ଜନ୍ କରା, ଅଧ୍ୟାପିକା ସଞିତା ଖୋସଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନ ଏସ୍ ଏସ୍ ୟୁନିଟ ତରଫରୁ ମହାବିଦ୍ୟାଳୟର ସଫେଇ ଅଭିଯାନରେ ସାମିଲ ହୋଇ ସମ୍ପୂର୍ଣ୍ଣ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande