ଜୟପୁର, ୨୧ ଜୁନ୍ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୁଲ୍ୟରେ ତଥା ଜିଲ୍ଲା ଜଜ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଜିଲ୍ଲା କୋର୍ଟ ଜୟପୁର ପରିସରରେ ଏବଂ ବାଳାଆଶ୍ରମ ପାରାବେ଼ଡା, ଜୟପୁର, ସ୍ପେସିଆଲ କାରାଗାର, ଜୟପୁର ତା ସହିତ ମ୍ୟୁନିସିପାଲଟି ଜୟପୁର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ସାଗର ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଜିଲ୍ଲା କୋର୍ଟ ପରିସରେ ଅନୁଷ୍ଠିତ ହୋଇଥିବା ଯୋଗ ଦିବସରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରଧିକରଣର ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ନିଶିଥ ନିଶାଙ୍କ, ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ପେସିଆଲ କୋର୍ଟ ପୋକ୍ସ ଜଜ୍ ଡଃ. ସଂଘମିତ୍ରା ଦାସ, ମୁଖ୍ୟ ବିଚାର ବିଭାଗ ଦଣ୍ଡଧିକାରି ଶ୍ରୀମତୀ ଏସ. ଶୁଭଲକ୍ଷ୍ମୀ, ବରିଷ୍ଠ ଦେୱାନି ବିଚାରପତି(ମହିଳା କୋର୍ଟ) ଶ୍ରୀମତୀ ଅଳକାନନ୍ଦା ମହାନ୍ତି, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, ଶ୍ରୀମତୀ ପ୍ରଦ୍ୟାମୟୀ ସୁଜତା, ବରିଷ୍ଠ ଦେୱନୀ ବିଚାରପତି ସ୍ବୟଂପ୍ରକାଶ ଦାସ, ଏସ.ଡି.ଜେମ୍ ସନ୍ତୋଷ ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି ହରମୋହନ ଦାସ, ଦ୍ଵିତୀୟଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି କୁମାରୀ ପ୍ରଜ୍ଞା ସୁମନ ମହାପାତ୍ର, ଦୀକ୍ଷା ରାଉତରାଏ ଯୋଗ ଦେଇଥିଲେ। ତା ସହିତ ଜିଲ୍ଲା କୋର୍ଟ କର୍ମଚାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ, ପାନେଲ ଆଇନଜୀବି, ପାରାଲିଗାଲ ସ୍ଵେଛାସେବୀ ଏହି ଅନ୍ତର୍ଜାତୀୟ ଯୋଗ ଶିବିରରେ ଯୋଗଦେଇଥିଲେ।
ଏହା ବ୍ୟତିତ ବାଳାଆଶ୍ରମରେ ଏବଂ ସ୍ପେସିଆଲ କାରଗାର ଜୟପୁର ଅନୁଷ୍ଠିତ ଯୋଗଶିବରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଏସ.ସୁଜତା ଆନୁଷ୍ଠାନିକ ଭାବରେ ଯୋଗଦେଇ ଯୋଗରେ ଅଂଶଗ୍ରହଣ କାରି ମାନଙ୍କୁ ଏବଂ କର୍ମକର୍ତ୍ତା ଆନ୍ତର୍ଜାତୀୟ ଯୋଗ ଉଦ୍ଦେଶ୍ୟରେ କହିଥିଲେ ଯେ, ଯୋଗ ହେଉଛି ପ୍ରାଚୀନ ଭାରତର ଏକ ଆଧ୍ୟାତ୍ମିକ ଶୃଙ୍ଖଳା ଯାହା ମନ, ଶରୀର ଏବଂ ଆତ୍ମାକୁ ଏକତ୍ର କରିବା, ଶାରୀରିକ ଆସନ, ଶ୍ୱାସକ୍ରିୟା କୌଶଳ ଏବଂ ଧ୍ୟାନ ମାଧ୍ୟମରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ ୟୁଜ ରୁ ଆସିଛି, ଏହାର ଅର୍ଥ ଯୋଗ ହେବା କିମ୍ବା ଏକତ୍ର ହେବା। ମୂଳତଃ, ଏହା ସୁସ୍ଥତା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ, ଯାହା ଶାରୀରିକ ସୁସ୍ଥତା, ମାନସିକ ସ୍ପଷ୍ଟତା ଏବଂ ଆଧ୍ୟାତ୍ମିକ ବିକାଶକୁ ଅନ୍ତର୍ଭୁକ୍ତ କରେ।
ହିନ୍ଦୁସ୍ଥାନ ସମାଚାର / ପିକେପି