ବଲାଙ୍ଗୀରରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରି ମା ସମଲେଶ୍ୱରୀଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ବିଜେଡି କର୍ମକର୍ତା
ବଲାଙ୍ଗୀର, ୨୧ ଜୁନ୍‌(ହି.ସ.) – ବଲାଙ୍ଗୀର ଆଜି ସଂଧ୍ୟାରେ ମାଁ ସମଲେଶ୍ୱରୀଙ୍କ ଠାରେ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁଆରୋଗ୍‌ଯ କାମନା କରି ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ହଜାର ସଂଖ୍ୟକ କର୍ମକର୍ତା ଦୀପ ପ୍ରଜ୍ୱଳନ କ
ବଲାଙ୍ଗିର ରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ଯ କାମନା କରି ମାଁ ସମଲେଶ୍ବରୀଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ବିଜେଡି କର୍ମକର୍ତ୍ତା


ବଲାଙ୍ଗିର ରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ଯ କାମନା କରି ମାଁ ସମଲେଶ୍ବରୀଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ବିଜେଡି କର୍ମକର୍ତ୍ତା


ବଲାଙ୍ଗିର ରେ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ଯ କାମନା କରି ମାଁ ସମଲେଶ୍ବରୀଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲେ ବିଜେଡି କର୍ମକର୍ତ୍ତା


ବଲାଙ୍ଗୀର, ୨୧ ଜୁନ୍‌(ହି.ସ.) – ବଲାଙ୍ଗୀର ଆଜି ସଂଧ୍ୟାରେ ମାଁ ସମଲେଶ୍ୱରୀଙ୍କ ଠାରେ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁଆରୋଗ୍‌ଯ କାମନା କରି ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ହଜାର ସଂଖ୍ୟକ କର୍ମକର୍ତା ଦୀପ ପ୍ରଜ୍ୱଳନ କରି ଦୀର୍ଘାୟୁ କାମନା କରିଥିଲେ। ପ୍ରକାଶ ଯୋଗ୍‌ଯ ଯେ ଗତକାଲି ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧିଦଳର ନେତା ନବୀନ ପଟ୍ଟନାୟକ ଚିକିତ୍ସିତ ହେବା ପାଇଁ ମୁମ୍ବାଇ ଗସ୍ତ ରେ ଅଛନ୍ତି । ଆସନ୍ତାକାଲି ୨୨ ଜୁନ ରବିବାର ଦିନ ମୁମ୍ବାଇ ସ୍ଥିତ କୋକିଲାବାଇ ମେଡିକାଲ ରେ ଅସ୍ତ୍ରୋପଚାର ହେବ। ଏହି ସକାଶେ ରାଜ୍ୟସାରା ତାଙ୍କର ଆଶୁଆରୋଗ୍‌ଯ କାମନା କରାଯାଉଥିବା ବେଳେ ଆଜି ସନ୍ଧ୍ୟାରେ ବଲାଙ୍ଗିର ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରି ଆଶୁଆରୋଗ୍‌ଯ କାମନା କରାରାଇଛି। ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନୀଧି ଖମାରୀଙ୍କ ସମେତ ବରିଷ୍ଠ କର୍ମକର୍ତା ଓମକାର ନାୟକ ପ୍ରଭାସ ପାଣିଗ୍ରାହୀ ଲକ୍ଷ୍ମଣ ମେହେର ସମ୍ଭୁ ନାଗ ରାଜେନ୍ଦ୍ର ପ୍ରସାଦ ହୋତା ସୁମନ ନନ୍ଦ ଗୁଞ୍ଜ ଖାନ ଦମୟନ୍ତୀ ବାଗ ଲିପିଶ୍ରୀ ସାଏ ବିଧୁଭୂଷଣ ତ୍ରିପାଠୀ ଧୃବ ଯୁଏଡ ସାଗର ସଙ୍ଗମ ସତପଥି ସନ୍ତୋଷ ଦନ୍ତା ଗୋପାଲ ଦାନୀ ବୁଲୁ ରାଉତରାୟ ପ୍ରଦ୍ୟୁମ୍ନ ହୋତା ଆଶୀର୍ବାଦ ସାହୁ ଦିପକ ବେହେରା, ଜୟଦେବ ରଥ, ଧ୍ରୁବ ଜୁଏଡ଼, ଚନ୍ଦ୍ରମଣି ତ୍ରିପାଠୀ, ଶିବ ବେହେରା, ବିରସେନ ସାହୁ, ସୁଦାମ ସାହୁ, ଚିଣ୍ଟୁ ରାଓ, ଅନାଦି ପଟ୍ଟନାୟକ, ଭଗବାନ ବଗର୍ତି ମୁନା ଖାନ, ନନ୍ଦିନୀ ପୋଢ଼, ପିଙ୍କି କବାଟ, ପ୍ରତିମା ଛତ୍ରିଆ, ଗାୟତ୍ରୀ ଭୋଇ,ସନ୍ତୋଷ ଦନ୍ତା, ପ୍ରେମଳତା ନାଏକ, ଲଲାଟେନ୍ଦୁ ପଟ୍ଟନାୟକ, ଗଙ୍ଗାଧର ଚାନ୍ଦ, ଶତ୍ରୁଘ୍ନ ବାଗ, ମହେନ୍ଦ୍ର ବାଗ, ସନ୍ତୋଷିନୀ କୁଅଁର, ଏବଂ ସଦର ବ୍ଲକ ଓ ଦେଓଗାଁ ବ୍ଲକ ର ଅନେକ କର୍ମକର୍ତାଙ୍କ ସମେତ ଶହସ୍ରାଧିକ ମହିଳା ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande