କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – ପତଞ୍ଜଳି ଯୋଗସମିତି କେନ୍ଦ୍ରାପଡା ଶାଖା ଅନୁକୂଲ୍ୟରେ ୧୧ତମ ଅନ୍ତରାଷ୍ଟ୍ରୀୟ ଯୋଗଦିବସ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇନ୍ଡୋର ଷ୍ଟାଡିୟମରେ ଆଜି ପ୍ରାତଃରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପଜାଳି ଉଦ୍ଘାଟନ କରିଥିଲେ ବିଜେପି ନେତା କିଶୋର ପଣ୍ଡା, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ । ବାଳିକା ବିଭାଗର ଏନସିସି କ୍ୟାପଟେନ ସୀମା ମହାନ୍ତି, ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ପ୍ରମୋଦ କୁମାର ବେହେରା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ସତ୍ୟରଞ୍ଜନ ମିଶ୍ର ଓ ଅନ୍ୟମାନେ ଯୋଗ ଗୁରୁ ବିଭୂପ୍ରସାଦ ଦାସ ଯୋଗ ପ୍ରୋଟକଲ ଅନୁସାରେ ଶିକ୍ଷାର୍ଥୀମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ । ପତଞ୍ଜଳୀ ଯୋଗ ସମିତି ସହ ଆୟୋଜକ ଥିଲେ ସ୍ୱାଭିମାନ ମହିଳା ପତଞ୍ଜଳୀ ସମିତି ଯୁବା ଭାରତ, ପତଞ୍ଜଳୀ କିଶାନ ସେବା ସମିତିର ଅଧିକାରୀ ଓ ସଭ୍ୟ ସଭ୍ୟାମାନେ । କେନ୍ଦ୍ରାପଡା ଜିଲ୍ଲା ବିଜେପି ସମ୍ପାଦକ ଉପିନ ରାଉତ, ପତଞ୍ଜଳୀ ଜିଲ୍ଲା ପ୍ରଭାରୀ ମନ୍ମଥ କୁମାର ରାଉତ, ଦୋଳଗୋବିନ୍ଦ ପାତ୍ର, ନିରଞ୍ଜନ ସୂଆର, ବିଶ୍ୱନାଥ ବେହେରା, ବିନୋଦ ବେହେରା, ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ବିରେନ୍ଦ୍ର ସାମଲ, ସଂଯୋଜକ ବଜରଙ୍ଗ ଦଳ ରାଜକିଶୋର ନାୟକ, ବିଜେପି ଯୁବ ସଂଯୋଜକ ଶୀବାନୀ ଶଙ୍କର ଦାସ, ନିହାରିକା ନାୟକ, ପ୍ରବିଣ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜିର ଯୋଗ ଦିବସର ବିଶ୍ୱ ପାଇଁ ବାର୍ତା ଏହିକି “ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ” । ଶେଷରେ ପ୍ରଭାରୀ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି