ହଇଜା ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ହୋଟେଲରେ ଚଢ଼ଉ, ୧୫ ହଜାର ଟଙ୍କା ଜୋରିମାନା ଆଦାୟ
ମାଲକାନଗିରି, ୨୧ ଜୁନ୍ (ହି.ସ.)- ସାରା ଓଡ଼ିଶାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲା ସଦର ମହକୁମାରେ ଥିବା ବିଭିନ୍ନ ଫାଷ୍ଟ ଫୁଡ, ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢଉ କରାଯାଇଛି। ଜିଲା ଖାଦ୍ୟ ସୁରକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାର ମିଳିତ ଚଢଉ କରାଯାଇ ବାସି ଖାଦ୍ୟ
ହଇଜା ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ହୋଟେଲରେ ଚଢ଼ଉ, ୧୫ ହଜାର ଟଙ୍କା ଜୋରିମାନା ଆଦାୟ


ମାଲକାନଗିରି, ୨୧ ଜୁନ୍ (ହି.ସ.)- ସାରା ଓଡ଼ିଶାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲା ସଦର ମହକୁମାରେ ଥିବା ବିଭିନ୍ନ ଫାଷ୍ଟ ଫୁଡ, ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢଉ କରାଯାଇଛି। ଜିଲା ଖାଦ୍ୟ ସୁରକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାର ମିଳିତ ଚଢଉ କରାଯାଇ ବାସି ଖାଦ୍ୟ ସହ ବିଭିନ୍ନ ଦୋକାନରେ ବ୍ୟବହାର ହେଉଥିବା ପାଣିର ନମୁନା ସଂଗ୍ରହ କରାଯାଇଛି। ସମସ୍ତ ହୋଟେଲ ଓ ଦୋକାନ ମାଲିକମାନେ ସରକାରୀ ନିୟମ ପାଳନ କରି ସ୍ୱଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ତାଗିଦ୍ କରାଯାଇଛି। ବିଭିନ୍ନ ଦୋକାନ ଗୁଡିକରୁ ସଂଗ୍ରହ ଖାଦ୍ୟ ଓ ପାଣି ନମୁନା ଯାଞ୍ଚ ହେବ ବୋଲି ଅଧିକାରୀ ମାନେ ପ୍ରକାଶ କରିଛନ୍ତି। ଯେଉଁ ଦୋକାନୀ ବେନିୟମ କାର୍ଯ୍ୟ ତଥା ବିନା ଅନୁମତିରେ ଦୋକାନ ଚଳାଉଥିଲେ, ସେମାନଙ୍କ ଠାରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି | ବିଶୁଦ୍ଧ ପାନୀୟ ଜଳ ସହ ସଜ ଖାଦ୍ୟ ପରିବେଷଣ ପାଇଁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ମହାମାରୀ ବିଶେଷଜ୍ଞ ଡାକ୍ତର ରାଜ ପ୍ରମୁଖ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande