କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡତ ସହର ସଭାପତି ତଥା ଅଭାୟା ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଣ୍ଡିତ ଧ୍ରୁର୍ବ ଚରଣ ପଣ୍ଡା(୮୬)ଙ୍କ ଶୁକ୍ରବା ବିଳମ୍ବିତ ରାତ୍ରରେ ପରଲୋକ ହୋଇଯାଇଅଛି । ସଂସ୍କୃତ ଆକାଶର ଉଜ୍ୱଳ ଜ୍ୟୋତିସ୍କ ପ୍ରବୀଣ କାର୍ଯ୍ୟକାଣ୍ଡବିତ୍ ବହୁ ଅନୁଷ୍ଠାନ ସ୍ରଷ୍ଟା ଓ ଉପଦେଷ୍ଟା ଭାବରେ ଅତ୍ୟନ୍ତ ମେଳାପୀ ଛାତ୍ର ବତ୍ସଳ ପଣ୍ଡତ ଥିଲେ । ସ୍ୱର୍ଗତ ପଣ୍ଡା ପ୍ରଥମେ ଅଭାୟା ଆୟୁର୍ବେଦ ବିଦ୍ୟାଳୟର ଯୋଗଦାନ କରିଥିଲେ । ପରେ ୧୯୬୭ମସିହାରୁ ୧୯୭୨ ପର୍ଯ୍ୟନ୍ତ ଆଖୂଆ ଓଢଙ୍ଗ ଉଚ୍ଚ ବିଦ୍ୟାଳୟରେ ପଣ୍ଡତ ଭାବରେ ଯୋଗଦାନ କରିଥିଲେ । ପୁନଃଶ୍ଚ ପଣ୍ଡିତ ଧ୍ରୁର୍ବ ଚରଣ ପଣ୍ଡା ୧୯୭୨ରେ ଅଭୟା ଆୟୁର୍ବେଦ ବିଦ୍ୟାଳୟରେ ଯୋଗଦାନ କରିଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସାରା କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଥିଲା । ଖବର ପାଇ ତୁଳସୀ କ୍ଷେତ୍ର ପଣ୍ଡିତ ସଭାର କର୍ମକର୍ତା ମାଧବାନନ୍ଦ ପତ୍ରୀ, ନୃସିଂହ ପତ୍ରୀ, ଶୁବାସ ପାଣି, ଅବଧୂତ ରାଉତ, କୁଳମଣୀ ପଣ୍ଡା, ନୃସିଂହ ତ୍ରିପାଠୀ, ଅଭୟା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜନ୍ମଜୟ ଶତପଥି, ଅଙ୍ଗୁଳାଇ ସରପଂଚ ମଙ୍ଗରାଜ ବେହେରା, ସମାଜସେବୀ ମାଧବାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ନିଜ ଗ୍ରାମ ନିଳାଦ୍ରିପୁର ଶ୍ମସାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ତପନ ପଣ୍ଡା ମୁଖାଗ୍ନି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି