ବିଦ୍ୟାଳୟ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଜୟପୁର, ୨୧ ଜୁନ୍ (ହି.ସ.)- ଆଜି ସାରସ୍ୱତ ବାଲ ମନ୍ଦିର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକସାହିର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କୁ ନେଇ ସି ଆର ସି ସି ବିଜୟଲକ୍ଷ୍ମୀ ସ୍ବାଇଁଙ୍କର ତତ୍ତ୍ୱାବଧାନରେ ଏକାଦଶ ଆନ୍ତର୍ଜାତିକ ଯୋଗ ଶିବିର ଆୟୋଜିତ ହୋଇସାରିଛି। ଉକ୍ତ କାର୍ଯ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ


ଜୟପୁର, ୨୧ ଜୁନ୍ (ହି.ସ.)- ଆଜି ସାରସ୍ୱତ ବାଲ ମନ୍ଦିର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକସାହିର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କୁ ନେଇ ସି ଆର ସି ସି ବିଜୟଲକ୍ଷ୍ମୀ ସ୍ବାଇଁଙ୍କର ତତ୍ତ୍ୱାବଧାନରେ ଏକାଦଶ ଆନ୍ତର୍ଜାତିକ ଯୋଗ ଶିବିର ଆୟୋଜିତ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ୟୁଟ୍ୟୁବରୁ ମାନ୍ୟବର ପ୍ରଧନମନ୍ତ୍ରୀଙ୍କ ଲାଇଭ କାର୍ଯ୍ୟକ୍ରମରେ ସମସ୍ତେ ଅଂଶଗ୍ରହଣ କରିଥିଲେ। ପରେ ଜନ ସଚେତନତା ସୃଷ୍ଟିପାଇଁ ଯୋଗର ଉଦ୍ଧେଶ୍ୟରେ ସୁନ୍ଦର ସୁନ୍ଦର ସ୍ଲୋଗାନ ଦ୍ୱାରା ପାଇକ ସାହିରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ରାଲି ଅନୁଷ୍ଠିତ ହୋଇଥିଲା। ତା' ପରେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସିବା ମହିଳା ବିଭାଗର ସଦସ୍ୟାଙ୍କ ଉପସ୍ଥିତିରେ ସାରସ୍ୱତ ବାଲମନ୍ଦିର ପ୍ରାଙ୍ଗଣରେ ଯୋଗ ଦିବସ ପାଳନର ଉଦ୍ଧେଶ୍ୟ ଏବଂ ଏଥିରେ ପିଲାମାନଙ୍କର ଭୂମିକା ବିଷୟରେ ସି ଆର ସି ସି ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ମହାଶୟା ସାମୁହିକ ଆସନ, ବ୍ୟାୟାମ, ପ୍ରାଣାୟାମ କରାଇଥିଲେ। ସାରସ୍ୱତ ବାଲ ମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ରିତାଲି ସାହୁ ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande